ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି। ଯାହାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଏହା କି ପ୍ରକାର ନୀତି ବୋଲି ଦଳ ପ୍ରଶ୍ନ କରିଛି।
ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଚାଷୀ ମାରଣ ନୀତିକୁ ଏହା ପଦାରେ ପକାଉଛି। ଯଦିଓ କେନ୍ଦ୍ର ସରକାରଙ୍କ ପିଏମ କିଶାନଯୋଜନା କାଳିଆ ଯୋଜନାର ଯଥେଷ୍ଟ ପରେ ଆସିଥିଲା । କିନ୍ତୁ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଉଛି । ତେବେ କାଳିଆ ଯୋଜନା ଯାହାର ଆର୍ଥିକ ଓ ପ୍ରଶାସନିକ ସ୍ୱୀକୃତି ଆଦର୍ଶ ଆଚରଣ ପୂର୍ବରୁ ରହିଛି ତାକୁ କାହିଁକି ନା’ କରାଯାଉଛି।