ଓଡିଶା

odisha

ETV Bharat / city

ଆବାସ କେଳେଙ୍କାରୀ, ପୁଣି ହେବ ସାନି ଯାଞ୍ଚ

ଯୋଗ୍ୟଙ୍କୁ ମିଳିବ ଘର ,ବାଦ ପଡିବେ ଅଯୋଗ୍ୟ । ଆବାସ କେଳେଙ୍କାରୀ ସାମ୍ନାକୁ ଆସିବା ସରକାର ଆଉ ଥରେ ସାନି ଯାଞ୍ଚ ନେଇ ପଞ୍ଚାୟତିରାଜ ସଚିବଙ୍କୁ ଚିଠି ଲେଖିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Nov 16, 2019, 3:03 AM IST

ଭୁବନେଶ୍ବର: ଆବାସ ଯୋଜନାରେ ମହାଦୁର୍ନୀତି । ଥିବା ଲୋକଙ୍କୁ ମିଳୁଛି ଘର । ହେଲେ ନଥିଲା ଲୋକଙ୍କୁ କିଛି ନାହିଁ । ଏହି କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପୁଣିଥରେ ସାନି ଯାଞ୍ଚ କରିବାକୁ ପଞ୍ଚାୟତରାଜ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଆବାସ ତାଲିକାର ହେବ ସାନି ଯାଞ୍ଚ

ଆବାସ ଯୋଜନା ତାଲିକାରୁ ବାଡ଼ ପଡିଛନ୍ତି ଯୋଗ୍ୟ ହିତାଧିକାରୀ । ଏପଟେ ଯେଉଁମାନେ ପୂର୍ବରୁ ଘର ପାଇଁଛନ୍ତି ସେମାନଙ୍କୁ ପୁଣିଥରେ ତାଲିକାରେ ଯୋଗ୍ୟ ବୋଲି ସାମିଲ କରାଯାଇଛି । ଏ ସମ୍ବନ୍ଧରେ ଅଭିଯୋଗ ହେଲା ପରେ ଆବାସ କେଳଙ୍କାରୀରର କଳାଚିଠା ସାମ୍ନାକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ପୁନଃ ଯାଞ୍ଚ କରିବାକୁ ସ୍ଥିର କରିଛନ୍ତି । ଏହା ଅନୁଯାୟୀ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ । ଏଥିସହ ପୁରୁଣା ତାଲିକାର ସଂଶୋଧନ ହେବ। ସ୍ବଚ୍ଛତା ରଖିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଯେଉଁ ଅଫିସର ମୂଳ ସର୍ଭେ କରିଥିଲେ ସେମାନଙ୍କୁ ପୁଣି ସଂଶୋଧନ ଦାୟିତ୍ବ ଦିଆଯିବ । ସେହିରି ଅନ୍ୟ ବ୍ଳକ ଅଧିକାରୀ 10 ପ୍ରତିଶତ ସମ୍ପୁଲ ଯାଞ୍ଚ କରିବେ । DRDA ପ୍ରକଳ୍ପ ନିର୍ଦ୍ଦେଶକ ଏନେଇ ଖସଡ଼ା ପ୍ରସ୍ତୁତ କରିବେ । ନଭେମ୍ବର 30 ସୁଦ୍ଧା ଆସିବ ଚୂଡାନ୍ତ ତାଲିକା, ଡିସେମ୍ବର 15 ସୁଦ୍ଧା ସମ୍ପୁଲ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details