ଭୁବନେଶ୍ବର: ପରୀକ୍ଷା ଆରମ୍ଭରୁ ବିଭ୍ରାଟ। କେନ୍ଦ୍ର ଫିକ୍ସିଂ ଅଭିଯୋଗକୁ ନେଇ ଓଏଚଆରସିଙ୍କ ନିକଟରେ ଉଚ୍ଚଶିକ୍ଷା ବିଭାଗ। ପରୀକ୍ଷା କେନ୍ଦ୍ରକୁ ନେଇ କୌଣସି ପ୍ରକାର ଭୟଭୀତ ନହେବା ପାଇଁ କହିଛି ଉଚ୍ଚଶିକ୍ଷା ପରିଷଦ। ଏନେଇ ଉଚ୍ଚଶିକ୍ଷା ବିଭାଗ ଓଏଚଆରସିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରାଯାଇଛି ।
ତେବେ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ନେଇ ଯେଉଁଭଳି ଭାବରେ ଫିକ୍ସିଂ ଅଭିଯୋଗର ଦୋଷ ମୁଣ୍ଡାଇଛି ଉଚ୍ଚ ଶିକ୍ଷା ପରିଷଦ। ଏହି ପ୍ରସଙ୍ଗକୁ ନେଇ ସୋମବାର ରାଜ୍ୟ ମାନବାଧିକରଙ୍କ ନିକଟରେ ହାଜର ହେବା ସହ ଏକ ଲିଖିତ ଭାବରେ ରିପୋର୍ଟ ଦାଖଲ କରିଛି ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ। ଯାହା ଦର୍ଶାଯାଇଛି ଯେ ପରୀକ୍ଷା କେନ୍ଦ୍ରଠାରୁ ଉଚ୍ଚ ମଧ୍ୟାମିକର ଦୂରତା, ସରକାରଙ୍କ ନିୟମାବଳୀ ଓ ପରୀକ୍ଷା ପରିଚାଳନା କେନ୍ଦ୍ରରେ ଥିବା ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ।
ସମସ୍ତ କେନ୍ଦ୍ରର ଟ୍ୟାଗିଂ ସରିଥିବାବେଳେ ଚଳିତବର୍ଷ ସୁଚାରରୂପେ କରାଯାଉଛି ପରୀକ୍ଷା। ଏହି ପ୍ରସଙ୍ଗକୁ ନେଇ ଅଭିଭାବକ ମନରେ ଭୟ ନକରିବା ପାଇଁ କହିଛି ଉଚ୍ଚ ଶିକ୍ଷା ପରିଷଦ। ଏଭଳି ଏକ ରିପୋର୍ଟ ଲିଖିତ ଆକାରରେ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ କରିଛି ମାଧ୍ୟମିକ ପରିଷଦ।