ଓଡିଶା

odisha

ETV Bharat / city

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ପ୍ରସଙ୍ଗ; ‘ମିସଗାଇଡ କରିଛନ୍ତି ଅଧାପକ-ଅଧ୍ୟାପିକା’ - ଛାତ୍ର ଅସନ୍ତୋଷ

ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ପରେ ମଧ୍ୟ ଛାତ୍ର ଆନ୍ଦୋଳନ ଥମୁନାହିଁ । କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କୁ ଉସୁକାଇ ଆନ୍ଦୋଳନ କରାଉଛି । ପଢନ୍ତୁ:

Plus tow first year
Plus tow first year

By

Published : Jan 23, 2020, 9:36 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ରାଜ୍ୟବ୍ୟାପୀ ଜାରି ରହିଛି ଛାତ୍ର ଅସନ୍ତୋଷ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ। ଅନେକ ସମୟରେ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରାଯାଉଛି। ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ପ୍ରଥମ ବର୍ଷ ପରୀକ୍ଷା ପ୍ରସଙ୍ଗ; ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଛି କିଏ?

ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାକୁ ନେଇ ସବୁଠି ଜାରି ରହିଛି ଅସନ୍ତୋଷ। ମନ୍ତ୍ରୀ ଯଦିଓ ପୁନର୍ବିଚାର କରିବା କଥା କହିଛନ୍ତି ତଥାପି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ। ରାଜ୍ୟ ସରକାରଙ୍କର ନିଷ୍ପତିକୁ ବୁଝିବା ପୂର୍ବରୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଅନେକ ସମୟରେ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରାଯାଉଥିବାର ଘଟଣା ନଜରକୁ ଆସିଛି। ବିଜେବି କଲେଜ ଏହାର ଏକ ଜ୍ଜଳନ୍ତ ଉଦାହରଣ। କଲେଜରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କୁ ବିଭ୍ରାନ୍ତ କରୁଥିବା କଥା ସ୍ବୀକାର କରିଛନ୍ତି କଲେଜ ଅଧ୍ୟକ୍ଷ।

ପ୍ରଶ୍ନ ଉଠୁଛି କିଏ ପିଲାଙ୍କୁ ଉସୁକାଇ ଆନ୍ଦୋଳନ କରାଉଛି ? ଅଭିଭାବକ, କଲେଜ ଅଧ୍ୟାପକ ନା ପିଲା ନିଜ ଆଡୁ ପଦକ୍ଷେପ ନେଉଛନ୍ତି। ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦର ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା ସହିତ କୌଣସି ସମ୍ପର୍କ ନଥିଲେ ମଧ୍ୟ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ବିକ୍ଷୋଭ କରିବା ଏହାକୁ ନେଇକି ଏକ ପ୍ରକାରର ସ୍ପଷ୍ଟ କରୁଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପଛରେ ଷଡଯନ୍ତ୍ର ରହିଛି ।


ଏହାକୁ ନେଇ ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛଟୋଇ କହିଛନ୍ତି ଯଦି ସରକାର କହୁଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା କରିବା ଲାଗି ତେବେ ଏହାକୁ ସହମତି ଜଣାଇ ପରୀକ୍ଷା କିଭଳି ହୋଇପାରିବ ସେନେଇ ସଚେତନ ହେବାକୁ ପଡିବ। ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ସଂଘବଧ ଭାବେ ମିଶି ଅସନ୍ତୋଷ ଜାହିର କରିବା ଏହା ଏକ ବିଶ୍ବାସ ଯୋଗ୍ୟ ନୁହେଁ। କିନ୍ତୁ ଏମାନଙ୍କ ପଛରେ କିଏ ରହୁଛି ଯେଉଁ ମାନେ ଛାତ୍ରାଛାତ୍ରୀଙ୍କୁ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି । ସେ ପରାମର୍ଶ ଦେଇଛନ୍ତି ଛାତ୍ରଛାତ୍ରୀମାନେ କୌଣସି ବିଭ୍ରାନ୍ତିକର ଖବରରେ ନପଡି ପାଠ ଉପରେ ଧ୍ୟାନ ଦିଅନ୍ତୁ ।


ଏପଟେ କିନ୍ତୁ ବିଜେବି କଲେଜର ପ୍ରିନ୍ସିପାଲ କହିଛନ୍ତି ପିଲାମାନଙ୍କୁ ସେମାନଙ୍କର ଅଧ୍ୟାପକ ଓ ଅଧ୍ୟାପିକା ମିସଗାଇଡ କରିଛନ୍ତି। ଯାହା ଫଳରେ ଏପରି ଅସନ୍ତୋଷ ଘଟିଛି ବୋଲି କହିଛନ୍ତି।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details