ଭୁବନେଶ୍ବର:ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟର କଟ ଅଫ ମାର୍କ। ମୋଟ 2 ଲକ୍ଷ 44 ହଜାର 252 ଜଣ ପିଲା ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି 1 ଲକ୍ଷ 68 ହଜାର 537 ଜଣ ଛାତ୍ରଛାତ୍ରୀ। ସବୁଥିରେ ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ରହିଛି ବିଜେବି କଲେଜ ।
ପ୍ରକାଶ ପାଇଲା +3 କଟ୍ଅଫ୍ ମାର୍କ, ତାଲିକାର ଶୀର୍ଷରେ BJB କଲେଜ ସୂଚନା ମୁତାବକ, କଳା ବିଭାଗରେ ସାଧାରଣ ବର୍ଗରେ ଭୂଗୋଳରେ 95.20 ପ୍ରତିଶତ, ଅର୍ଥିନୀତିରେ 92.17 ପ୍ରତିଶତ, ଇଂରାଜୀରେ 92ପ୍ରତିଶତ, ରାଜନୀତି ବିଜ୍ଞାନରେ 91.60, ମନସ୍ତତ୍ବ ବିଜ୍ଞାନରେ 89.40, ଆନ୍ତ୍ରପୋଲୋଜିରେ 88.67, ସୋସିଓଲୋଜିରେ 88.40, ଗଣିତରେ 88.20, ପରିସଂଖ୍ୟାନରେ 84.60, ଇତିହାସରେ 83 ପ୍ରତିଶତ ବିଜେବିରେ କଟ ଅଫ ମାର୍କ ରହିଛି। ବିଜେବି କଲେଜରେ ଏଜୁକେସନ ରେ 80.17, ବିଜେବି କଲେଜରେ ଫିଲୋସଫିରେ 76.83 ଓ ମିୟୁଜିକରେ 76.67 ପ୍ରତିଶତ ରହିଛି ।
ସଂରକ୍ଷିତ ବର୍ଗରେ ବିଜେବି କଲେଜରେ ଭୂଗୋଳରେ 92.60, ଇଂରାଜୀରେ 85.40, ରାଜନୀତି ବିଜ୍ଞାନରେ 81.67, ଅର୍ଥନୀତିରେ 74.83, ହିନ୍ଦୀରେ 74.17, ମନସସ୍ତ୍ବ ବିଜ୍ଞାନରେ 74 ପ୍ରତିଶତ କଟ ଅଫ ମାର୍କ ରହିଛି।
ଅନୁସୂଚିତ ଜନଜାତି ଶ୍ରେଣୀବର୍ଗରେ ଭୂଗୋଳରେ 87, ରାଜନୀତି ବିଜ୍ଞାନରେ 83.40 ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପଦାର୍ଥ ବିଜ୍ଞାନ ବିଜେବି କଲେଜ ଆଗୁଆ ରହିଛି। ଯାହା 96.40 ପ୍ରତିଶତ, ଗଣିତରେ 95.80, ପରିସଂଖ୍ୟାନରେ 95.40, କେମେଷ୍ଟ୍ରିରେ 95.17 ପ୍ରତିଶତ ରହିଛି। ସେହିପରି ଜୁଲୋଜିରେ 96.40,ବଟାନିରେ 94.60 ପ୍ରତିଶତ ରହିଛି ।
ଅନୁସୂଚିତ ଜାତି ବର୍ଗରେ ବିଜ୍ଞାନ ବିଭାଗରେ ରହିଛି ବିଜେବି କଲେଜ ଆଗରେ । ଗଣିତରେ 94.33, ଫିଜିକ୍ସରେ 92.83, କେମେଷ୍ଟ୍ରି ରେ 89.33, ପରିସଂଖ୍ୟାନରେ 83, ଜୁଲୋଜିରେ 93.40, ବଟାନି ରେ 88.60 ପ୍ରତିଶତ କଟ ଅଫ ମାର୍କ ରହିଛି।
ଅନୁସୂଚିତ ଜନଜାତି ବର୍ଗରେ ବିଜେବି କଲେଜ ମଧ୍ୟ ଆଗରେ ରହିଛି। ଗଣିତରେ 89.20, ଫିଜିକ୍ସରେ 88.33, କେମେଷ୍ଟ୍ରି ରେ 84, ପରିସଂଖ୍ୟାନ ରେ 77.80, ଜୁଲୋଜି ରେ 92.67, ବଟାନିରେ 88 ପ୍ରତିଶତ କଟ ଅଫ ମାର୍କ ରହିଛି। ଅନ୍ୟପଟେ ବାଣିଜ୍ୟରେ ବିଜେବି କଲେଜ ସଧାରଣ ବର୍ଗରେ 92 ପ୍ରତିଶତ କଟ ଅଫ ମାର୍କ ରହିଥିବା ବେଳେ ଅନୁସୂଚିତ ଜାତି ବର୍ଗରେ 76.33 ଏବଂ ଅନୁସୂଚିତ ଜନଜାତି ବର୍ଗରେ 74.80 ପ୍ରତିଶତ କଟ ଅଫ ମାର୍କ ରହିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ