ଓଡିଶା

odisha

ETV Bharat / city

ସେପ୍ଟେମ୍ବର 8ରୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା - ସେପ୍ଟେମ୍ବର 8

ସେପ୍ଟେମ୍ବର 8 ରୁ ଆରମ୍ଭ ହେବ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା।  2020-21 ଶିକ୍ଷା ବର୍ଷ ପାଇଁ ନାମଲେଖା ଅନଲାଇନ ଜରିଆରେ ଆବେଦନ କରିବାକୁ ହେବ। ଅଧିକ ପଢନ୍ତୁ..

ସେପ୍ଟେମ୍ବର 8ରୁ+3 ନାମଲେଖା
ସେପ୍ଟେମ୍ବର 8ରୁ+3 ନାମଲେଖା

By

Published : Sep 4, 2020, 9:24 PM IST

ଭୁବନେଶ୍ବର: ସେପ୍ଟେମ୍ବର 8 ରୁ ଆରମ୍ଭ ହେବ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା। 2020-21 ଶିକ୍ଷା ବର୍ଷ ପାଇଁ ନାମଲେଖା ଅନଲାଇନ ଜରିଆରେ ଆବେଦନ କରିବାକୁ ହେବ। SAMS ଅଧୀନରେ ରାଜ୍ୟର ବିଭିନ୍ନ ଡିଗ୍ରୀ ଏବଂ ସ୍ବୟଂଶାସିତ କଲେଜ ଗୁଡ଼ିକରେ +3 ପାଠ୍ୟକ୍ରମରେ ଇ-ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି।

ସେପ୍ଟେମ୍ବର 8ରୁ+3 ନାମଲେଖା

ଏଥିରେ ରାଜ୍ୟରେ ସ୍ବୟଂଶାସିତ (ଡିଗ୍ରୀ) କଲେଜ ଏବଂ ସଂସ୍କୃତ (ଶାସ୍ତ୍ରୀ) ମଧ୍ୟ ଅନ୍ତର୍ଭୁକ୍ତ | ଆବେଦନକାରୀମାନେ ଆଡମିଶନ ପାଇଁ ସାଧାରଣ ଆବେଦନ ଫର୍ମ ପୂରଣ କରିବେ ଏବଂ କୌଣସି ସହାୟତା ପାଇଁ ହେଲ୍ପଲାଇନ (155335 ଏବଂ 1800-345-6770) ଯୋଗାଯୋଗ କରି ପାରିବେ । ସେହିଭଳି ଯୁକ୍ତ ଦୁଇ ନାମଲେଖା ପାଇଁ ତାରିଖ ସେପ୍ଟେମ୍ବର 11 ଯାଏ ବଢିଛି।

ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ, ୨୨ରେ ଆବେଦନର ଶେଷ ତାରିଖ, ୨୮ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ, ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍, ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details