ଓଡିଶା

odisha

ETV Bharat / city

ଆଜି ପ୍ରକାଶ ପାଇବ +2 ବିଜ୍ଞାନ ପରୀକ୍ଷା ଫଳ

ସୋମବାର ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ମଧ୍ୟାହ୍ଣ 12ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯିବ ।

By

Published : Jun 3, 2019, 7:35 AM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆଜି (ସୋମବାର) ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଜୟଦେବ ଭବନର ପରିସରର ଗୀତଗୋବିନ୍ଦ ଭବନରେ ଆଜି (ସୋମବାର)ମଧ୍ୟାହ୍ଣ 12ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯିବ ।

ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ । ପୁସ୍ତିକା ଉନ୍ମୋଚନର କିଛି ସମୟ ପରେ ଛାତ୍ରଛାତ୍ରୀ ମାନେ www.orissaresults.nic.in ଓ www.chseodisha.nic.in ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣିପାରିବେ । ଏହି ୱେବସାଇଟରେ କେବଳ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ସେମାନେ ନିଜର ମାର୍କ ପାଇପାରିବେ ।

ତେବେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଜୁନ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details