ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଏବିଭିପି । ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଏପର୍ଯ୍ୟନ୍ତ ଫଳ ପ୍ରକାଶ ନହେବା କାରଣରୁ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟି ଯୁକ୍ତ ଦୁଇ ପୁନଃମୂଲ୍ୟାୟନର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଯୁକ୍ତ ତିନି ନାମଲେଖା ପ୍ରକିୟା ସରିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଅବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ନ ହେବା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତାକୁ ଦର୍ଶାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ପିଲା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ସେମାନେ ଏକ ବର୍ଷ ଯାଏଁ କରିବେ କଣ?
କାରଣ ଶୁକ୍ରବାର ଯୁକ୍ତ ଦୁଇ ପୁନଃ ମୂଲ୍ୟାୟନର ଫଳ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହା ଯେ, ପରୀକ୍ଷାଫଳ ଆସିବା ପରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଯଦି ପାସ କରୁଛନ୍ତି ତେବେ ଯୁକ୍ତ ତିନିକୁ ପ୍ରବେଶ କରିବାର ସମସ୍ତ ପ୍ରକିୟା ସରିଯାଇଛି । ଏବେ ସେମାନେ କରିବେ କଣ । କାରଣ ଏବେ ସେମାନଙ୍କୁ ଏ ବର୍ଷ ରହିବାକୁ ପଡିବ ।