ଓଡିଶା

odisha

ETV Bharat / city

+2 ନାମଲେଖା ପାଇଁ 2ୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶିତ

+2 ନାମଲେଖା ପାଇଁ 2 ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସାମସ୍ ପକ୍ଷରୁ ପ୍ରକାଶିତ ତାଲିକାରେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜ, ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଏବଂ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜର ନାମ ରହିଛି ।

ଫାଇଲ ଫଟୋ

By

Published : Jul 13, 2019, 8:54 PM IST

Updated : Jul 13, 2019, 9:32 PM IST

ଭୁବନେଶ୍ବର: ଶନିବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+2 କଲେଜ)ର 2ୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସାମସ୍ ପକ୍ଷରୁ ପ୍ରକାଶିତ ତାଲିକାରେ ରାଜ୍ୟର 3ଟି କଲେଜର ନାମ ରହିଛି ।

ପ୍ରକାଶିତ ତାଲିକାନୁସାରେ, ୨ୟ ପର୍ଯ୍ୟାୟ କଟ ଅଫ ମାର୍କରେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜରେ ସାଧାରଣ ବର୍ଗ ପାଇଁ ୭୦.୪ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୬୦.୩୩ ଓ ଅନୁସୂଚିତ ଜନଜାତି ପାଇଁ ୫୦ ପ୍ରତିଶତ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ରହିଛି । ଏଠାରେ ସାଧାରଣ ବର୍ଗଙ୍କ ପାଇଁ ୮୯.୨ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୭୯.୩୩ ଓ ଅନୁସୂଚିତ ଜନଜାତି ପାଇଁ ୬୦.୫ ପ୍ରତିଶତ ରହିଛି । ଏହି କ୍ରମରେ ବାଣିଜ୍ୟରେ ତାଳଚେର ଜୁନିୟର କଲେଜ ରହିଛି । ସେଠାରେ ସାଧାରଣ ବର୍ଗ ପାଇଁ କଟ ଅଫ ମାର୍କ ରହିଛି ୭୫.୮୩ ପ୍ରତିଶତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦ୍ୱିତୀୟ ପର୍ଯ୍ୟାୟରେ ୨୭ ହଜାର ୫୯୧ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିବାବେଳେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ । ଜୁଲାଇ ୨୦ରେ ସ୍ପଟ ସିଲେକ୍ସନ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ । ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 13, 2019, 9:32 PM IST

ABOUT THE AUTHOR

...view details