ଓଡିଶା

odisha

ETV Bharat / city

ଜଗା ଜମି ବିକ୍ରି ଉପରେ ରୋକ ଲଗାଇବାକୁ ସୁପ୍ରିମ କୋର୍ଟରେ ଯାଚିକା - ଜଗା ଜମି ବିକ୍ରି ମାମଲା

ସୁପ୍ରିମକୋର୍ଟରେ ପହଞ୍ଚିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ମାମଲା । ଜମି ବିକ୍ରି ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ସରକରାଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଛି ଯାଚିକା । ଅଧିକ ପଢନ୍ତୁ...

ଜଗା ଜମି ବିକ୍ରି ଉପରେ ରୋକ ଲଗାଇବାକୁ ସୁପ୍ରିମ କୋର୍ଟରେ ଯାଚିକା
ଜଗା ଜମି ବିକ୍ରି ଉପରେ ରୋକ ଲଗାଇବାକୁ ସୁପ୍ରିମ କୋର୍ଟରେ ଯାଚିକା

By

Published : Mar 25, 2021, 6:19 PM IST

Updated : Mar 25, 2021, 7:22 PM IST

ଭୁବନେଶ୍ବର: ସୁପ୍ରିମକୋର୍ଟରେ ପହଞ୍ଚିଲା ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ମାମଲା । ଜଗା ଜମି ବିକ୍ରି ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ସରକରାଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଛି ଯାଚିକା ।

ଏହାସହିତ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିକୁ ଭଙ୍ଗ କରି ନାୟିକ ତତ୍ତ୍ବାବଧାନରେ ଏକ କମିଟି ଗଠନ କରିବାକୁ ମଧ୍ୟ ଯାଚିକାରେ ଉଲ୍ଲେଖ ରହିଛି ।

ଜଗା ଜମି ବିକ୍ରି ଉପରେ ରୋକ ଲଗାଇବାକୁ ସୁପ୍ରିମ କୋର୍ଟରେ ଯାଚିକା

ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା 35,272 ଏକର ଜମିକୁ ବିକ୍ରି କରାଯିବା ନେଇ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏନେଇ ଲିଖିତ ଉତ୍ତର ଦେଇଥିଲେ । ପରେ ଜମିକୁ ବିକ୍ରି କରାଯିବା ଖବରକୁ ଖଣ୍ଡନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ମହାପ୍ରଭୁଙ୍କ 35 ହଜାର ଏକର ଜମି ବିକ୍ରି ଖବର ମିଥ୍ୟା । ଏହି ତଥ୍ୟଗୁଡିକ ଖୋଲାଖୋଲି ଭାବରେ ମିଥ୍ୟା ଏବଂ ପ୍ରେରିତ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଓଡିଶାର 30 ଗୋଟି ଜିଲ୍ଲା ମଧ୍ୟରୁ 24ଟି ଜିଲ୍ଲାରେ 60,462.943 ଏକର ପରିମିତି ଜମି ଶ୍ରୀଜିଉଙ୍କ ଜମି ଭାବେ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ 34,876.983 ଏକର ଜମି ସଂଶୋଧନ ସ୍ବତ୍ବଲିପି ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବାକୁ ସ୍ଥିର ହୋଇଛି । ଫଳରେ କମିଶନ ସୁପାରିଶ ଅନୁଯାୟୀ ଏହି ଜମିକୁ ବିକ୍ରୟ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦିତ ‘ସମାନ ନୀତି’ରେ ବର୍ଣ୍ଣିତ ନିତୀ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ବାଦ୍ ଓଡିଶା ବାହାରେ 6ଟି ରାଜ୍ୟରେ ଥିବା ଶ୍ରୀଜିଉଙ୍କ 395.252 ଏକର ପରିମିତ ଜମି ଚିହ୍ନଟ କରାଯାଇ ଏହାକୁ ବିକ୍ରୟ କରାଯିବା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଇତି ମଧ୍ୟରେ କଟକ ସହର ସ୍ଥିତ ଭାରତୀ ମଠ କୋଠା ବ୍ୟତୀତ ଅନ୍ୟ ଜିଲ୍ଲାରେ ଥିବା ଜମି ମଧ୍ୟରୁ 315.336 ଏକର ଜମିକୁ ସମ୍ପୃକ୍ତ ଜମି କ୍ରୟ ଦରଖାସ୍ତକାରୀଙ୍କୁ ରେଜିଷ୍ଟ୍ରି ଦଲିଲ ମାଧ୍ୟମରେ ବିକ୍ରୟ କରାଯାଇ 11, 20,77, 991 ଶ୍ରୀମନ୍ଦିର ସ୍ଥାୟୀ ପାଣ୍ଠିରେ ବିନିଯୋଗ କରାଯାଇଛି ।

ସେହିପରି ଖୋର୍ଦ୍ଧା ଅଞ୍ଚଳରେ ଥିବା ଜମି ମଧ୍ୟରୁ 10 ମୌଜାରେ ଅବସ୍ଥିତ 582. 255 ଏକର ଜମିକୁ ଓଡିଶା କାଜୁ ଉନ୍ନୟନ ନିଗମକୁ ଲିଜ ସୁତ୍ର ଦିଆଯାଇ ସେ ବାବଦକୁ ବାର୍ଷିକ 300,000 ଆୟ ହେଉଛି ।

Last Updated : Mar 25, 2021, 7:22 PM IST

ABOUT THE AUTHOR

...view details