ଓଡିଶା

odisha

ETV Bharat / city

ନିମନ୍ତ୍ରଣ ପତ୍ର: ବଦଳିଛି ପସନ୍ଦ, ବଦଳିନି ମାଧ୍ୟମ - ବାହାଘର କାର୍ଡ

ପୁଣି ଫେରିଛି ତାଳ ପତ୍ର କାର୍ଡ । ଆଧୁନିକ ଯୁଗରେ କାଗଜ ବଦଳରେ ତାଳପତ୍ର କାର୍ଡର କ୍ରେଜ ଏବେ ଦେଖିବାକୁ ମିଳିଛି । ଖାସ୍ କରି ସ୍ମାର୍ଟ ସିଟିରେ ଏହି କାର୍ଡର ଅଧିକ ଡିମାଣ୍ଡ ରହିଛି ।

ଡିଜାଇନ ଫଟୋ

By

Published : Jun 19, 2019, 3:24 PM IST

ଭୁବନେଶ୍ବର: ବାହାଘର ହେଉ ଅବା ବ୍ରତଘର, ନିମନ୍ତ୍ରଣର ମାଧ୍ୟମ ପାଲଟେ ନିମନ୍ତ୍ରଣ ପତ୍ର । ଆଉ ଏହି ନିମନ୍ତ୍ରଣ ପତ୍ରର ରୂପ ମଧ୍ୟ ସମୟ ସହିତ ବଦଳୁଛି । ବର୍ତ୍ତମାନ ପେପର କାର୍ଡ଼ର ସ୍ଥାନ ନେଉଛି ତାଳପତ୍ର କାର୍ଡ । ନୂଆ ରୂପ, ନୂଆ ରଙ୍ଗରେ । କଲରଫୁଲ ଅନ୍ଦାଜରେ ମନ ମୋହୁଥିବା ତାଳପତ୍ର କାର୍ଡର ଚାହିଦା ମଧ୍ୟ ଢେର୍ ରହିଛି । ବଜାରରେ ଭଳିକି ଭଳି କାର୍ଡ ଉପଲବ୍ଧ ହେଉଥିବା ବେଳେ କମ୍ପିଟେଟିଭ୍ ମାର୍କେଟକୁ ଟକ୍କର ଦେବାକୁ ଫେରିଛି ତାଳପତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପୁଣି ଫେରି ଆସିଛି ସେ ପୁରୁଣା ଦିନ । ତାଳପତ୍ରରେ କରାଯାଉଛି ନିମନ୍ତ୍ରଣ । ତାଳପତ୍ରକୁ ବିଭିନ୍ନ ସାଇଜରେ କଟାଯାଇ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜାଯାଉଛି । ଗ୍ରାହକଙ୍କୁ ସୁହାଇଲା ଭଳି 15 ଟଙ୍କାରୁ 300 ଶହ ଟଙ୍କା ପର୍ଯ୍ୟନ୍ତ ଗୋଟିଏ କାର୍ଡର ଦର ରହିଛି । ସେପଟେ କେବଳ ନିମନ୍ତ୍ରଣର ମାଧ୍ୟମ ପାଲଟୁନି, ରାଜ୍ୟ ଐତିହ୍ୟକୁ ମଧ୍ୟ ବହନ କରେ ଏହି କାର୍ଡ । ସାଧାରଣତଃ ବାହାଘରକାର୍ଡକୁ ଲୋକେ ଫିଙ୍ଗି ଦେଉଥିବାବେଳେ ତାଳପତ୍ର କାର୍ଡକୁ ସାଇତି ରଖିଥାନ୍ତି ।

ହଜିଯାଇଥିବା ତାଳପତ୍ରକୁ ପୁଣି ଫେରାଇ ଆଣିଛି ଡିଜିଟାଲ ଯୁଗ । ପୁଣି ବଜାରରେ ବଢିଛି ତାଳପତ୍ରର ଚାହିଦା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details