ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ପିପିଲିର ନବ ନିର୍ବାଚିତ ବିଜେଡି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ସୋମବାର ସନ୍ଧ୍ୟାରେ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସହଯୋଗ କାମନା କରିଛନ୍ତି ଜୁନିଅର ମହାରଥୀ ।
ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ପହଁଚିଥିଲେ ବିଜେଡିର ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ରୁଦ୍ର । ପିପିଲି ବିଜୟ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ମହାରଥୀ । ଏହି ଭେଟଘାଟ ସମୟରେ ରୁଦ୍ରଙ୍କ ମା' ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର, ଉପସ୍ଥିତ ଥିଲେ ପରିବାର ୭.୩୧ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ରଙ୍କ ସାକ୍ଷାତ ସମୟରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ଉମା ସାମନ୍ତରାୟ, ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ରବିବାର ପିପିଲି ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏହି ଉପନିର୍ବାଚନରେ ବିଜେଡି ପ୍ରାୟ ୯୦ ହଜାରରୁ ଉର୍ଦ୍ଦ୍ବ ଭୋଟ ପାଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନିଜର ନିଟତମ ପ୍ରତିଦ୍ବନ୍ଦୀ ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଉର୍ଦ୍ଦ୍ବ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଦିବଂଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଅନୁଷ୍ଠିତ ହୋଇଥିଲ ଉପନିର୍ବାଚନ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ