ଓଡିଶା

odisha

ETV Bharat / city

ଟିକେଟ ମିଳିବା ପରେ ନବୀନଙ୍କ ଆଶୀର୍ବାଦ ନେଲେ ରୁଦ୍ର

ପିପିଲି ଉପନିର୍ବାଚନ ଲାଗି ଆସନ୍ତା 30 ତାରିଖରେ ନାମାଙ୍କନ ଭରିବେ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ନାମାଙ୍କନ ଭରିବା ପୂର୍ବରୁ ନିବାସ ନିବାସରେ ପହଞ୍ଚି ଟିକେଟ ନେବା ସହ ଦଳୀୟ ସୁପ୍ରିମୋଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର । ଅଧିକ ପଢନ୍ତୁ...

By

Published : Mar 28, 2021, 2:00 PM IST

Updated : Mar 28, 2021, 2:14 PM IST

ଟିକେଟ ମିଳିବା ପରେ ନବୀନଙ୍କ ଆର୍ଶୀବାଦ ନେଲେ ରୁଦ୍ର
ଟିକେଟ ମିଳିବା ପରେ ନବୀନଙ୍କ ଆର୍ଶୀବାଦ ନେଲେ ରୁଦ୍ର

ଭୁବନେଶ୍ବର: ପିପିଲି ଉପନିର୍ବାଚନରୁ ଟିକେଟ ମିଳିବା ପରେ ଦଳୀୟ ସୁପ୍ରିମୋଙ୍କୁ ଭେଟିଲେ ରୁଦ୍ର ମହାରଥୀ । ଆଜି ମଧ୍ୟାହ୍ନରେ ରୁଦ୍ର ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ସେ କିଛି ସମୟ ରହି ନବୀନଙ୍କ ସହ ଆଲୋଚନା କରି ଦଳୀୟ ଟିକେଟ ଆଣିଛନ୍ତି । ସାଥୀରେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା 30 ତାରିଖରେ ନାମାଙ୍କନ ଦାଖଲ କରିବେ ରୁଦ୍ର ।

ଟିକେଟ ମିଳିବା ପରେ ନବୀନଙ୍କ ଆର୍ଶୀବାଦ ନେଲେ ରୁଦ୍ର

ପିପିଲି ଉପନିର୍ବାଚନକୁ ନେଇ ମହାରଥୀ ପରିବାର ଦେଖାଦେଇଥିବା ବିବାଦ ତୁଟିଛି । ପରିବାର ଭିତରେ କୁହୁଳୁ ଥିବା ଅନ୍ତର୍ଦ୍ବନ୍ଦ ଶାନ୍ତ ପଡିଛି । ପିପିଲି ଟିକେଟ ନେଇ ମାଆ ପ୍ରତିଭା ମହାରଥୀ, ପୁଅ ରୁଦ୍ର ଓ ଝିଅ ପଲ୍ଲବୀ ମଧ୍ୟରେ ଟଣାଓଟରା ଅପସରି ଯାଇଛି । ପୁଅକୁ ଟିକେଟ ମିଳିବା ପରେ ମାଆ ପ୍ରତିଭା ମହାରଥୀ ସମର୍ଥନ କରିଛନ୍ତି ।

ପରିବାର ଭିତରେ ବିବାଦ ତୁଟେଇବା ଓ ପରିବାରକୁ ଏକ କରିବା ଲାଗି ଦଳ ପକ୍ଷରୁ କରାଯାଇଥିଲା ପ୍ରୟାସ । ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ଗତକାଲି ଏକ ବୈଠକ ବସିଥିଲା । ପରିବାରକୁ ଏକ କରିବାରେ ପ୍ରମୁଖ ଭୂମିକା ପ୍ରଣବ ନିଭେଇଥିବା କଥା କୁହାଯାଉଛି । ମା, ପୁଅ, ଝିଅଙ୍କୁ ବୁଝାସୁଝା କରିବା ସହ ମନୋମାଳିନ୍ୟ ଦୂର କରିଛି ଦଳ । କାରଣ ପରିବାର ବିବାଦ ତୁଟି ନଥିଲେ ଦଳ ଲାଗି ବୁମେରାଙ୍ଗ ହୋଇଥାନ୍ତା । ଫାଇଦାରେ ରହିଥାନ୍ତେ ବିରୋଧୀ । ବିଶେଷ କରି ବିଜେପିକୁ ଏହାର ସିଧାସଳଖ ଲାଭ ମିଳିଥାନ୍ତା । ପରିବାର ବିବାଦକୁ ପ୍ରସଙ୍ଗ କରିଥାନ୍ତେ ବିରୋଧୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ସଞ୍ଜୀବ ରାୟ ଇଟିଭି ଭାରତ

Last Updated : Mar 28, 2021, 2:14 PM IST

ABOUT THE AUTHOR

...view details