ଓଡିଶା

odisha

ETV Bharat / city

‘ବିଜେଡିର ପ୍ରାର୍ଥୀ ବଦଳିଛି କିନ୍ତୁ ହିଂସାର ଆଭିମୁଖ୍ୟ ନୁହେଁ’

ପିପିଲି ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ଲଢେଇ । ବିଜେପି ରାଲି ଓ ସମର୍ଥକଙ୍କୁ ଆକ୍ରମଣ ପ୍ରସଙ୍ଗକୁ ବିଜେଡି ଟାର୍ଗେଟ କରିଛି ବିଜେପି । ବିଜେଡିର ପ୍ରାର୍ଥୀ ବଦଳିଛି କିନ୍ତୁ ହିଂସାର ଆଭିମୁଖ୍ୟ ବଦଳି ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଅଧିକ ପଢନ୍ତୁ...

ବିଜେଡିର ପ୍ରାର୍ଥୀ ବଦଳିଛି କିନ୍ତୁ ହିଂସାର ଆଭିମୁଖ୍ୟ ନୁହେଁ
ବିଜେଡିର ପ୍ରାର୍ଥୀ ବଦଳିଛି କିନ୍ତୁ ହିଂସାର ଆଭିମୁଖ୍ୟ ନୁହେଁ

By

Published : Apr 3, 2021, 9:06 AM IST

ଭୁବନେଶ୍ବର:ବିଜେପି ରାଲି ଓ ସମର୍ଥକଙ୍କୁ ଆକ୍ରମଣ ପ୍ରସଙ୍ଗକୁ ବିଜେଡି ଟାର୍ଗେଟ କରିଛି ବିଜେପି । ଚଳିତ ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି । କିନ୍ତୁ ହିଂସାର ଆଭିମୁଖ୍ୟ ବଦଳି ନାହିଁ । ଦୀର୍ଘ 35 ବର୍ଷରୁ ଅଧିକ ସମୟ ଧରି ବିଜୁ ଜନତା ଦଳ ଓ କଂଗ୍ରେସ ଦଳ ମିଳିମିଶି ପିିପିଲି-ଡେଲାଙ୍ଗ ଅଞ୍ଚଳକୁ ହିଂସା ଓ ଅରାଜକତାର ଚରାଭୂଇଁ ଭାବେ କରିଆସିଛି । ଆଜି ଯେତେବେଳେ ପିପିଲି ଡେଲାଙ୍ଗ ଅଞ୍ଚଳବାସୀ ହିଂସା ଓ ଅରାଜକତାକୁ ପ୍ରତ୍ୟାଖାନ କରି ବିକାଶ ସହ ଯୋଡି ହେବାକୁ ମନସ୍ଥ କରିଛନ୍ତି । ସେତେବେଳେ ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ହିଂସାକୁ ଉପଯୋଗ କରି ନିର୍ବାଚନ ହାତେଇବାକୁ ପ୍ରୟାସ ଆରମ୍ଭ କରିଛି ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ ରାଜଧାନୀର ସଂଲଗ୍ନ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ସଦାସର୍ବଦା ଚିର ଅବହେଳିତ ହୋଇ ରହିଯାଇଛି । ଏହି ଅଞ୍ଚଳକୁ ଭୟମୁକ୍ତ ଓ ବିକାଶଯୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । 'ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ଅଛି । ଯେତେବେଳେ ଏହି ଅଞ୍ଚଳର ବିକାଶ କାର୍ଯ୍ୟକୁ ପ୍ରାଧାନ୍ୟ ଦେଉଛି । ସେତେବେଳେ ଶାସକ ବିଜେଡି ପ୍ରତିହିଂସା ପରାୟଣ ହୋଇ ବିରୋଧୀମାନଙ୍କୁ ଦମନ କରିବାର ଅପଚେଷ୍ଟା କରୁଛି । ପୁରୁଣା ଅଭ୍ୟାସ କାରଣରୁ ଶାସକ ବିଜେଡି ବିଜେପିର ରାଲି ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରୋଶମୂଳକ ଆକ୍ରମଣ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଳନକ ଓ ଭୀରୁତାର ପରିଚୟ ବୋଲି ପୃଥୀରାଜ କହିଛନ୍ତି ।

ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜଗୁରୁପୁରଠାରେ ଅନୁଷ୍ଠିତ ଦଳୀୟ ପ୍ରଚାର ସମୟରେ ଯେଉଁଭଳି ଭାବରେ ବିଜେପି ସମର୍ଥକମାନଙ୍କୁ ଶାସକ ବିଜେଡି କର୍ମୀମାନେ ଅତର୍କିତ ଆକ୍ରମଣ କରି ଭୟଭୀତ କରିବାର ଅପଚେଷ୍ଟା କରିଥିଲେ। ଶାସକ ବିଜେଡି ଦ୍ବାରା ଏହି ହିଂସାର ପ୍ରତିବାଦରେ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ରାଇଗୁରୁପୁରଠାରେ ଧାରଣାରେ ବସି ରହିଥିଲେ । ଏହା ପରେ ପିପିଲି ଥାନା ପରିସରର ଭିତରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବୀରେ ପ୍ରାର୍ଥୀ ଆଶ୍ରୀତ ଦଳୀୟ ନେତୃବୃନ୍ଦ ଏବଂ ସମର୍ଥକଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଏହି ସମୟରେ ଶାସକ ବିଜେଡି କର୍ମୀମାନେ ପୁଣି ଥରେ ଥାନା ପରିସର ଭିତରକୁ ଆସି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ପ୍ରମୁଖ ପିପିଲି ଥାନା ପରିସର ଭିତରେ ବିଜେପି ନେତୃବୃନ୍ଦ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ପ୍ରଭାତି ପରିଡା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି । ଏପରିକି ହିଂସାକାଣ୍ଡ ହୋଇଥିବା ଗାଁରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ନଚେତ ପିପିଲି-ଡେଲାଙ୍ଗ ଅଞ୍ଚଳରେ ପୋଲିସ ପ୍ରଶାସନ ବିରୋଧରେ ବିଜେପି ତରଫରୁ ଆନ୍ଦୋଳନ କରାଯିବା ସହ ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details