ଓଡିଶା

odisha

ETV Bharat / city

‘ପିପିଲି ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ କିଛି ପ୍ରଭାବ ପକାଇବନି’

ପିପିଲି ଉପନିର୍ବାଚନ ଫଳାଫଳକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଦଳ ଏବେ ନିଜ ଦୋଷ ଖୋଜିବାରେ ଲାଗିଛନ୍ତି । ଆଉ ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବିଜେଡିକୁ ଟାର୍ଗେଟ କରିବା ସହ ଏହା ଦଳ ଉପରେ ପ୍ରଭାବ ପକାଇବନି ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ ଫଳାଫଳ ଓଡିଶା ରାଜନୀତିରେ କିଛି ପ୍ରଭାବ ପଡିବନି: ପ୍ରଦୀପ ପୁରୋହିତ
ପିପିଲି ଉପନିର୍ବାଚନ ଫଳାଫଳ ଓଡିଶା ରାଜନୀତିରେ କିଛି ପ୍ରଭାବ ପଡିବନି: ପ୍ରଦୀପ ପୁରୋହିତ

By

Published : Oct 4, 2021, 7:02 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଆଉ ତା ସହିତ ଏହା ପଞ୍ଚାୟତ ନିର୍ବାଚନକୁ ମଧ୍ୟ ପ୍ରଭାବ ପକାଇବ ନାହିଁ । ପିପିଲି ବିଜେଡିର ଗଡ଼ ଥିଲା । ତା ସତ୍ତ୍ଵେ ବି ବିଜେପି ଭଲ ଭୋଟ ପାଇଛି । ଯେହେତୁ କଂଗ୍ରେସର ଭୋଟ ବିଜେଡିରେ ମିଶିଲା ସେଥିପାଇଁ ବିଜେପି ପରାଜିତ ହୋଇଛି ।

ପିପିଲି ଉପନିର୍ବାଚନ ଫଳାଫଳ ଓଡିଶା ରାଜନୀତିରେ କିଛି ପ୍ରଭାବ ପଡିବନି: ପ୍ରଦୀପ ପୁରୋହିତ

କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ । ବିଜେପି ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୂତ କରିସାରିଛି । ଓଡିଶାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପଇସା ଦେଇଛନ୍ତି । ଚତୁର୍ଦଶ ଓ ପଞ୍ଚଦଶ ଅର୍ଥ କମିଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ପଞ୍ଚାୟତ ସ୍ତରରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ହେଲେ ବିଜେଡି ରାଜ୍ୟରେ ଆବାସ ଯୋଜନା ଘୋଟାଲା ଠାରୁ ଆରମ୍ଭ କରି ରାସ୍ତା କାମ ନିମ୍ନମାନର ହେବା ପର୍ଯ୍ୟନ୍ତ କରିଚାଲିଛି ।

ସେଥିପାଇଁ ଜନଅସନ୍ତୋଷ ଅଛି । ତେବେ ବିଜେପି ଏଥର ପଞ୍ଚାୟତ ନିର୍ବାଚନରେ ଭଲ ସଫଳତା ପାଇବ ଏବଂ ପୌରାଞ୍ଚଳରେ ମଧ୍ୟ ଲୋକଙ୍କ ମତ ବିଜେପିକୁ ଯିବ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details