ଅଜିତ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ହସ୍ପିଟାଲରେ ପହଞ୍ଚିଲେ ପରିବାର ଓ କଂଗ୍ରେସ ନେତା
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ - ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ
17:43 April 14
ଅଜିତ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ହସ୍ପିଟାଲରେ ପହଞ୍ଚିଲେ ପରିବାର ଓ କଂଗ୍ରେସ ନେତା
17:37 April 14
ପିପିଲି ଉପନିର୍ବାଚନ ବାତିଲ
କଂଗ୍ରେସ ପ୍ରାର୍ଥୀ ଅଜିତଙ୍କ ପରଲୋକ ପରେ ବାତିଲ ହେଲା ପିପିଲି ଉପନିର୍ବାଚନ । ଉପନିର୍ବାଚନ ପାଇଁ ପୁଣି ଘୋଷଣା ହେବ ତାରିଖ ।
17:21 April 14
ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
17:18 April 14
ଅଜିତ ମଙ୍ଗରାଜଙ୍କ ବିୟୋଗ: ସ୍ପଷ୍ଟ କଲା ଓଡିଶା ପ୍ରଦେଶ କଂଗ୍ରେସ
ଅଜିତ ମଙ୍ଗରାଜଙ୍କ ବିୟୋଗ ନେଇ ସ୍ପଷ୍ଟ କଲା ଓଡିଶା ପ୍ରଦେଶ କଂଗ୍ରେସ । ଟ୍ବିଟ କରି ଓଡିଶା ପ୍ରଦେଶ କଂଗ୍ରେସ ଅଜିତଙ୍କ ବିୟୋଗର ସୂଚନା ଦେଇଛି ।
17:05 April 14
ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସମ୍ବିତ ପାତ୍ର
ପିପିଲି ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ବିଷୟରେ ଜାଣି ଦୁଃଖିତ । ତେବେ ଅଜିତ ମଙ୍ଗରାଜଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ସମ୍ବିତ ।
17:05 April 14
ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଲେଖିଛନ୍ତି, ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
16:36 April 14
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ
ଭୁବନେଶ୍ବର: ପିପିଲି ଉପନିର୍ବାଚନ ପୂର୍ବରୁ ବଡ ଅଘଟଣ । ପିପିଲିରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଅଜିତ ।
ପିପିଲି ଉପନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବାବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ଅଜିତ । ତେବେ ଏହା ପରେ ଅଜିତଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ସୋମବାର ଅଜିତଙ୍କ ସ୍ବାସ୍ଥ୍ୟବସ୍ଥା ବାବଦରେ ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ମନୋରଞ୍ଜନ ଶଙ୍ଖୁଆ ଇଟିଭି ଭାରତ