ଭୁବନେଶ୍ବର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବେ । ଏନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ହସ୍ପିଟାଲରେ ଜଣେ ଡାକ୍ତର ଅଛନ୍ତି । ସେଠାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ସୁପାରିଶ କରୁଛନ୍ତି । ତାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି । ଫାର୍ମାସିଷ୍ଟମାନେ 13 ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଫାର୍ମାସିଷ୍ଟମାନେ କେଉଁ କେଉଁ ରୋଗର ଚିକିତ୍ସା କରିପାରିବେ ଏବଂ କେଉଁ କେଉଁ ଔଷଧ ଦେଇପାରିବେ ତାହାର ଏକ ତାଲିକା ପ୍ରକାଶ ପାଇଛି।
ଏଣିକି ଫାର୍ମାସିଷ୍ଟ ଦେଖି ପାରିବେ ରୋଗୀ, ଦେଇପାରିବେ ଔଷଧ - hospital
ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବେ । ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା । ଅଧିକ ପଢନ୍ତୁ....
ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେଗୁଡିକ ହେଲା ଜର, ମ୍ୟାଲେରିଆ, ଛିଙ୍କ, କାଶ, ଚର୍ମ ରୋଗ, ଡାଇରିଆ, ଆଘାତ ଏବଂ ପୋଡାଜଳା, ଅଣ ସଂକ୍ରମଣ ରୋଗ ଆଦି 13 ପ୍ରକାରର ରୋଗର ଚିକିତ୍ସା କରିପାରିବେ। ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟ ମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ। ସେଠାରୁ ଔଷଧ ସୁପାରିଶ କରିବା ପାଇଁ ଫାର୍ମସିଷ୍ଟ ମାନଙ୍କୁ କୁହାଯାଇଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ରହିଥିଲା । ଏବେ ତିନୋଟି କିମ୍ବା ଚାରୋଟି ଔଷଧ ଆସିଲାଣି । ଡ୍ରଗ୍ସ କଣ୍ଟ୍ରୋଲ ପରାମର୍ଶ କ୍ରମେ ଏହି ସଂଖ୍ୟା ବଢାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ