ଓଡିଶା

odisha

ETV Bharat / city

PG Enrollment: 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା - ପିଜି ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା

ପୂରଣ ହୋଇପାରୁନାହିଁ ପିଜି ସିଟ୍ । 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଆରମ୍ଭ । ଅଧକ ପଢନ୍ତୁ

ପୂରଣ ହୋଇପାରୁନି ପିଜି ସିଟ୍, 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା
ପୂରଣ ହୋଇପାରୁନି ପିଜି ସିଟ୍, 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା

By

Published : Dec 14, 2021, 12:08 PM IST

ଭୁବନେଶ୍ବର:ପୂରଣ ହୋଇପାରୁନି ପିଜି(PG) ସିଟ୍ । ପିଜି(PG) ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା ।

ପୂରଣ ହୋଇପାରୁନି ପିଜି ସିଟ୍, 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା

ସୂଚନାଯୋଗ୍ୟ, ବାରମ୍ବାର ନାମଲେଖା ପ୍ରକ୍ରିୟା ପରେ ମଧ୍ୟ ପିଜି ସିଟ୍ ପୂରଣ ହେଉନାହିଁ । ଏନେଇ ବିଭାଗର ଅଧୀନରେ ଥିବା ମହାବିଦ୍ୟାଳୟରେ ସ୍ପଟ୍ ନାମଲେଖା ପାଇଁ ନିୟମାବଳୀ ଜାରି ହୋଇଛି । ଛାତ୍ରଛାତ୍ରୀ ୧୯ ତାରିଖ ପର୍ଯ୍ୟନ୍ତ ସାମ୍ସ(SAMS) ୱେବସାଇଟରେ ନୂତନ ଭାବେ କମନ ଆପ୍ଲିକେସନ ଫର୍ମ(CAF) ଦାଖଲ କରିପାରିବେ । ଏହାପରେ ୨୨ ତାରିଖରେ ଖାଲିଥିବା ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଇବ ।

ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 22 ରୁ 24 ତାରିଖ ମଧ୍ୟରେ ଇଣ୍ଟିମେସନ୍ ଲେଟର ସଂଗ୍ରହ କରିବା ସହ ଫି’ ଦାଖଲ କରିପାରିବେ । 23 ଓ 24 ତାରିଖରେ ସମ୍ପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ ଏବଂ ନାମଲେଖା ଅନୁଷ୍ଠିତ ହେବ । 24 ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details