ଓଡିଶା

odisha

ETV Bharat / city

ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ନିରଞ୍ଜନ - petrol price hike

ଦେଶରେ ନିୟମିତ ଭାବେ ତୈଳ ଦର ହୁ ହୁ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ଅଟନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

petrol price hike, pcc president target to center and state govt
ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ନିରଞ୍ଜନ

By

Published : Jun 19, 2020, 7:44 PM IST

ଭୁବନେଶ୍ବର: ଦେଶରେ ହୁହୁ ବଢି ଚାଲିଛି ପେଟ୍ରୋଲ ଦର । ବାରମ୍ବାର ତୈଳ ଦର ବୃଦ୍ଧି ପାଉଥିବା ବେଳେ ଏପଟେ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି ।

ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଏପରିକି ତୈଳଦର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି, ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରସରକାର ତୈଳ ଦାମ ବୃଦ୍ଧି କରିବାରୁ ତାଙ୍କୁ ଦେଶଦ୍ରୋହୀ କହିଥିଲେ । ଯେବେ କି ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା 107 ଡଲାର ଥିଲା । କିନ୍ତୁ ଆଜିର ସ୍ଥିତିରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ 30 ଡଲାର ଥିବାବେଳେ ବି କେନ୍ଦ୍ର ସରକାର ପୂର୍ବର ତୈଳ ଦର ଠାରୁ ଅଧିକ ଦାମ ନେଉଛନ୍ତି ।

ଯେଉଁଥିରେ ଲିଟର ପିଛା 60 ଟଙ୍କା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଛନ୍ତି । କୋରୋନା ସମୟରେ ଏଭଳି ତୈଳ ବୃଦ୍ଧି କରି ସରକାର ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ଦେବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ଦେଶର ଅର୍ଥନୀତିକୁ ରସାତଳଗାମୀ କରିବାରେ ଲାଗିଛନ୍ତି । ତେଣୁ ତୁରନ୍ତ ସରକାର ଦରଦାମ ବୃଦ୍ଧି ପ୍ରତ୍ୟାହାର କରିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି । ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ଏହି ପ୍ରତିବାଦ ସଭାରେ କଂଗ୍ରେସ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details