ଭୁବନେଶ୍ବର:ରାଜଧାନୀରେ ସେଞ୍ଚୁରୀ ମାରିଛି ପେଟ୍ରୋଲ ଦର । ଲଗାତାର ପେଟ୍ରୋଲ ଦରବୃଦ୍ଧି ପରେ ଆଜି(ଶୁକ୍ରବାର) ଭୁବନେଶ୍ବରରେ 100 ପାର୍ କରିଛି ପେଟ୍ରୋଲ ଦର । ଡିଜେଲ ଲିଟର ପିଛା 97 ଟଙ୍କା 25 ପଇସା ଥିବାବେଳେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 1 ପଇସାରେ ପହଞ୍ଚିଛି ।
ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର
ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ରାଜଧାନୀରେ 100 ପାର୍ କଲା ପେଟ୍ରୋଲ ଦର । ଅଧିକ ପଢନ୍ତୁ...
ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର
ମହାମାରୀ ଓ ଲକଡାଉନ୍ ସମୟରେ ଆର୍ଥିକ ଅସୁବିଧା ମଧ୍ୟରେ ପେଟ୍ରୋଲ ଦରବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେମିତି ବି ହେଲେ ଦରକୁ ନିୟନ୍ତ୍ରଣକୁ ଆଣିବାକୁ ଦାବି କରିଛନ୍ତି ଗ୍ରାହକ । ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପାଇଁ ଅତ୍ୟାବଶ୍ୟକ ଓ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ପାଇଛି । ସେହିପରି ବସ୍ ଭଡା ମଧ୍ୟ ବଢିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Jul 2, 2021, 1:26 PM IST