ଓଡିଶା

odisha

ETV Bharat / city

କେନ୍ଦ୍ରର ଭୁଲ ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦେଶବାସୀ: ବିଜେଡି

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି । ରାଜ୍ୟରେ ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସହ ଜିଏସଟି, କୋଭିଡ ଆଦିରେ ରାଜ୍ୟକୁ ସହାୟତା ନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଅଧିକ ପଢନ୍ତୁ...

କେନ୍ଦ୍ରର ଭୁଲ ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦେଶବାସୀ: ବିଜେଡି
କେନ୍ଦ୍ରର ଭୁଲ ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦେଶବାସୀ: ବିଜେଡି

By

Published : Oct 19, 2021, 5:10 PM IST

ଭୁବନେଶ୍ବର:ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡ଼ି । ରାଜ୍ୟରେ ବିଭିନ୍ନ ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । କେନ୍ଦ୍ର ସରକାରଙ୍କର ଭୁଲ ନୀତି ଯୋଗୁଁ ଗରିବଠୁ ମଧ୍ୟବିତ୍ତ ପର୍ଯ୍ୟନ୍ତ ସମସ୍ତେ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି ।

ତେବେ ଏନେଇ ଅଭିଯୋଗ ଆଣିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଯେ, ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଅହେତୁକ ଦରବୃଦ୍ଧି ଯୋଗୁଁ ଗୃହିଣୀ ମାନଙ୍କର ହାଣ୍ଡିଶାଳ ଉପରେ ଚଡକ ପଡିଛି ସେପଟେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଖାଲି ଏତିକି ନୁହଁ ସେ କହିଛନ୍ତି କି ୨୦୧୪ ନିର୍ବାଚନ ସମୟରେ ସରକାର ଅଛେ ଦିନ କଥା କହୁଥିଲେ । ହେଲେ ସେହି ସମୟର ଥିବା ପେଟ୍ରୋଲ ଦର ବର୍ତ୍ତମାନର ରେଟ ସହ ତୁଳନା କରନ୍ତୁ । ତେବେ ଗତ କିଛି ମାସରେ ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ରନ୍ଧନ ଗ୍ୟାସ ଦର ଦେଢ଼ ଗୁଣ ବଢ଼ିଛି । ଏଥିରେ ଟିକସର ସିଂହଭାଗ କେନ୍ଦ୍ର ସରକାର କମାଇବା ଦରକାର ।

ସେପଟେ ବିଳମ୍ବରେ ଓଡ଼ିଶାକୁ ମିଳିଛି ଜିଏସଟି ସେୟାର । କୋଭିଡ ସମୟରେ ରାଜ୍ୟବାସୀଙ୍କୁ ମାଗଣାରେ ଚିକିତ୍ସା ଜାରି ରହିଛି । ଏଥିପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ତେଣୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଡକୁ ପ୍ରଶ୍ନବାଚୀ ସୃଷ୍ଟିହେବା ଭୟରେ ରାଜ୍ୟ ବିଜେପି ଚୁପ୍ ବସି ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details