ଓଡିଶା

odisha

ETV Bharat / city

କୋରୋନାକୁ ରାଜଧାନୀବାସୀଙ୍କ ଖୋଲା ଚ୍ୟାଲେଞ୍ଜ, କ୍ୟାମେରାରେ କଏଦ ଅମାନିଆଙ୍କ ଔଦ୍ଧତ୍ୟ - କୋଭିଡ ନିୟମ ଉଲଙ୍ଘନ

ରାଜ୍ୟ ରାଜଧାନୀରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶତାଧିକ କୋରୋନା ଆକ୍ରାନ୍ତ । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ଅଭିଯାନ। କିନ୍ତୁ କୋଭିଡ ନିୟମ ମାନୁ ନାହାଁନ୍ତି ଅମାନିଆଁ । ଅଧିକ ପଢ଼ନ୍ତୁ...

ରାଜଧାନୀରେ କୋଭିଡ ନିୟମ ଖୋଲାଖୋଲି ଉଲଙ୍ଘନ
ରାଜଧାନୀରେ କୋଭିଡ ନିୟମ ଖୋଲାଖୋଲି ଉଲଙ୍ଘନ

By

Published : Sep 11, 2020, 7:18 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଗୋଟିଏ ପଟେ ଅମାନିଆ କୋରୋନା ମହାମାରୀ ଆଉ ଅନ୍ୟପଟେ ସାଧାରଣ ଲୋକଙ୍କ କୋଭିଡ ନିୟମ ଉଲଙ୍ଘନ। ସମଗ୍ର ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ବର କଥା ଯଦି ଦେଖିବା ମୂଳରୁ ଭୁବନେଶ୍ବର କୋରୋନା ହଟ-ସ୍ପଟ ଅଞ୍ଚଳ ଭାବେ ରହିଛି । ଗଞ୍ଜାମ ପରେ ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ଶୀର୍ଷରେ ଅଛି। କମିବାର ନାଁ ନେଉନି କରୋନା ସଂକ୍ରମଣ। କିନ୍ତୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସହ ଦୀର୍ଘସୁତ୍ରୀ କାର୍ଯ୍ୟ ହାତକୁ ନିଆଯାଇଛି। ଟେଷ୍ଟିଙ୍ଗ କରାଯାଉଛି, ଗାଡି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ହେଲେ କାହିଁକି କମୁନି କରୋନା ସଂକ୍ରମଣ? ସାଧାରଣ ଲୋକେ କଣ କରୋନା ପ୍ରତି ଯଥେଷ୍ଟ ସଚେତନ ନୁହନ୍ତି କି? ସାଧାରଣ ଲୋକ କଣ କୋଭିଡ ନିୟମ ପାଳନ କରୁ ନାହାନ୍ତି କି ? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି।

ରାଜଧାନୀରେ କୋଭିଡ ନିୟମ ଖୋଲାଖୋଲି ଉଲଙ୍ଘନ
ରାଜ୍ୟ ରାଜଧାନୀରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶତାଧିକ କୋରୋନା ଆକ୍ରାନ୍ତ । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ଅଭିଯାନ। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଡାକବାଜି ଯନ୍ତ୍ର ଦ୍ବାରା ଚାଲିଛି ସଚେତନ । ବିଏମସି ପକ୍ଷରୁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ହେଲେ ସାଧାରଣ ଲୋକ କେତେ ସଚେତନ ହୋଇ କୋଭିଡ ନିୟମ ମାନୁଛନ୍ତି ? ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ, ସାମାଜିକ ଦୂରତ୍ବ ନିୟମ କେମିତି ପାଳନ କରୁଛନ୍ତି... ଏନେଇ ରିଆଲିଟି ଚେକ୍‌ କରିଥିଲା ଇଟିଭି ଭାରତ ।ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଚାଲିଛି କୋଭିଡ ନିୟମର ଖୋଲାଖୋଲି ଉଲଙ୍ଘନ । କାହା ମୁହଁରେ ମାସ୍କ ନାହିଁ ତ କେଉଁଠି ସାମାଜିକ ଦୂରତ୍ବ ନିୟମକୁ ଫୁ କରିଛନ୍ତି ଲୋକେ । ତେବେ ଲୋକଙ୍କୁ ସଚେତନ କରୁଥିବା ବିଏମସି କାର୍ଯ୍ୟାଳୟରେ ଯଦି ଏପରି ଦୃଶ୍ୟ ତାହାଲେ ଅନ୍ୟ ସ୍ଥାନର କଥା ନକହିବା ଭଲ । ଖାଲି ବିଏମସି ନୁହେଁ ଭୁବନେଶ୍ବର ସାରା ଏଭଳି ସ୍ଥିତି । ବଡ ହାଟ କୁହାଯାଉଥିବା ୟୁନିଟ-୧ କଥା ନକହିଲେ ଭଲ। ଏଠାରେ ଅବସ୍ଥା ହୋଇଛି ସଙ୍ଗୀନ। ପ୍ରାୟ ହାଟ ସଉଦା ଓ ପନିପରିବା ପାଇଁ ଆସୁଥିବା ଲୋକେ ଏଠି ଯେମିତି ନିୟମ କଣ ଜାଣିନାହାନ୍ତି। କେହି କହିବାକୁ ବି ନାହିଁ। ପ୍ରାୟ ଲୋକଙ୍କ ମୁହଁରେ ମାସ୍କ ନାହିଁ। ବ୍ୟବସାୟୀ ମାନେ ମଧ୍ୟ ସମାନ ଭାବରେ ନିୟମର ଖିଲାପ କରୁଛନ୍ତି। ସେପଟେ ଲୋକଙ୍କୁ ସଚେତନ କରାଯିବା ସହ ନିୟମ ପାଳନ ଉପରେ ଦୃଷ୍ଟି ଦିଆଯାଉଥିବା ନେଇ କହିଛନ୍ତି ବିଏମସି ଅତିରିକ୍ତ କମିସନର ।ଯଦି ଲୋକମାନେ ଏଭଳି ଖୋଲାଖୋଲି କୋଭିଡ ନିୟମର ଉଲଙ୍ଘନ କରିବେ , ତେବେ କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ସରକାରଙ୍କ ପକ୍ଷେ କାଠିକର ପାଠ ହୋଇପଡିବ ।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details