ଓଡିଶା

odisha

ETV Bharat / city

ହିତାଧିକାରୀଙ୍କ ଘରେ ପହଞ୍ଚିବ ରାସନ ସହ ପେନସନ

ହିତାଧିକାରୀଙ୍କ ଘରେ ପହଞ୍ଚିବ ରାସନ ସହ ପେନସନ
ହିତାଧିକାରୀଙ୍କ ଘରେ ପହଞ୍ଚିବ ରାସନ ସହ ପେନସନ

By

Published : Mar 24, 2020, 1:44 PM IST

Updated : Mar 24, 2020, 2:21 PM IST

13:38 March 24

ହିତାଧିକାରୀଙ୍କ ଘରେ ପହଞ୍ଚିବ ରାସନ ସହ ପେନସନ

ଭୁବନେଶ୍ବର: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ସହ ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ତତ୍ପର ହୋଇଛନ୍ତି । କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ ଡାଉନ ଘୋଷଣା କରାଯାଇଛି । ଏପରି ସ୍ଥିତିରେ ରାଜ୍ୟସରକାର ପେନସନଧାରୀ ଓ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । କୋରୋନା ପାଇଁ ମଙ୍ଗଳବାର ଠୁ ସବୁ ପେନସନ ଓ ରାସନ ପାଉଥିବା ହିତାଧିକାରୀଙ୍କ ପାଉଣା ସେମାନଙ୍କ ଘରେ ପହଞ୍ଚିବ ।

କୋରୋନା ପାଇଁ ମଙ୍ଗଳବାର ଠୁ ସବୁ ପେନସନ ଓ ରାସନ ପାଉଥିବା ହିତାଧିକାରୀଙ୍କ ପାଉଣା ସେମାନଙ୍କ ଘରେ ପହଞ୍ଚାବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର । କୌଣସି ବ୍ୟକ୍ତି କଣ୍ଟ୍ରୋଲ ଡିଲରଙ୍କ ପାଖକୁ ରାସନ ପାଇଁ ଯିବେ ନାହିଁ କି ଭତ୍ତା ଟଙ୍କା ପାଇବାକୁ ମାଇଲିଏ ବାଟ ଯିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଏନେଇ ଏକ ସରକୁଲର ଜାରି କରିଛି । ତେବେ ହିତାଧିକାରୀଙ୍କୁ ଏହି ରାସନ ଓ ଭତ୍ତା ବଣ୍ଟନ ପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 24, 2020, 2:21 PM IST

ABOUT THE AUTHOR

...view details