ଭୁବନେଶ୍ବର: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ରଖିଲେ ପିସିସିଏଫ। ନାଳ ପାଣି ପିଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ। ନାଳ ପାଣିର ବ୍ୟାକ୍ଟେରିଆରୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି।
ହାତୀ ଶରୀରରେ ହେମରେଜ ସେପଟିସେମିଆ ଭୂତାଣୁ ଦେଖାଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗାଈ ଗୋରୁଙ୍କ ଶରୀରରୁ ଏହା ବ୍ୟାପିଥିବା ସନ୍ଦେହ। ତେଣୁ ସମ୍ପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ସଜାଗ ଅଛନ୍ତି ବନ ବିଭାଗ କର୍ମଚାରୀ।