ଭୁବନେଶ୍ବର: କଂଗ୍ରେସ ଦାୟିତ୍ବ ଯିଏ ନେବ ଆମେ ତାକୁ ସ୍ବାଗତ କରିବୁ । ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଫଳାଫଳ ଦୟନୀୟ ହେବା ପରେ ଏବେ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ଜୋର ଧରିଛି । ନିରଞ୍ଜନ ପଟ୍ଟନାୟକଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଧାୟକ ମାନେ ।
ପିସିସି ସଭାପତି ପରିବର୍ତ୍ତନ ନେଇ ଦଳୀୟ ବିଧାୟକ ମାନେ ଖୋଲାଖୋଲି ମନ୍ତବ୍ୟ ଦେବା ପରେ କଂଗ୍ରେସ ରାଜନୀତି ଏବେ ଜୋର ଧରିଛି। ଗତକାଲି ଜୟପୁର ବିଧାୟକ ତାରା ବାହିନୀପତି ସର୍ବସାଧାରଣରେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଯାଉ ବୋଲି କହିଥିଲେ । ଏପରିକି ତାରା ନିରଞ୍ଜନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାରାଙ୍କ ସହ ସ୍ବର ମିଳାଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ସୁର ଏହାକୁ ସମର୍ଥନ କରିଛନ୍ତି ।