ଭୁବନେଶ୍ବର: ମହା ଅଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ । ପିସିସି ସଭାପତିଙ୍କ ସମେତ ବିଧାୟକ ସୁର ରାଉତରାୟ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ପ୍ରମୁଖଙ୍କୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ।
ଆଜି ହେଉଛି ପବିତ୍ର ଦଶହରାର ମହାଷ୍ଟମୀ ପୂଜା । ଓଡ଼ିଶାର ପୁର ପଲ୍ଲୀରେ ଆଜି ଉତ୍ସବର ବାତାବରଣ । ଦେବୀ ମା'ଙ୍କ ମନ୍ତ୍ରରେ କମ୍ପୁଛି ସାରା ରାଜ୍ୟ । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ, ଭୁବନେଶ୍ବର ସାଂଗଠନିକ ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ପ୍ରମୁଖ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଠାକୁରାଣୀଙ୍କ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ମା'ଙ୍କ ନିକଟରେ ସମଗ୍ର ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ, ସୁଖ ଓ ସମୃଦ୍ଧି କାମନା କରିଥିଲେ ।