ଭୁବନେଶ୍ବର: କଂଗ୍ରେସକୁ ପୁଣି ଡେଇଁଲା ପୁରୁଣା ରୋଗ । ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର । ସାମ୍ବାଦିକ ସମ୍ମିଳନୀରେ ସେ ସଭାପତିଙ୍କ ଉପରେ ବର୍ଷିଛନ୍ତି । ଯେଉଁଭଳି ଭାବରେ ସଭାପତି ଆସନ ମାଡି ବସିଛନ୍ତି ତାକୁ ସେ ନିନ୍ଦା କରିଛନ୍ତି । ଇସ୍ତଫା ଦେଇ କାହିଁକି ଗାଦିରେ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଜାଣିଶୁଣି କଂଗ୍ରେସକୁ ତଳିତଳାନ୍ତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିପରି ମହିଳା ଟିମ ନିକଟରେ ଦିଲ୍ଲୀ ଗସ୍ତ କରି ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକୁ ନେଇ ବରିଷ୍ଠ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ଯେଉଁ ବୟାନ ଦେଇଛନ୍ତି ତାକୁ ନିନ୍ଦା କରାଯାଇଛି । ସେମାନେ ବିଜେପିରେ ମିଶିଯାଆନ୍ତୁ ବୋଲି କହିଥିଲେ ଆର୍ଯ୍ୟ ।