ଓଡିଶା

odisha

ETV Bharat / city

ଚଳଚଞ୍ଚଳ ପାଟକୁରା ରାଜନୈତିକ ପାଗ, ଜୋରଦାର ଚାଲିଛି ପ୍ରଚାର - କେନ୍ଦ୍ରାପଡା ରାଜନୀତି

ପାଟକୁରା ନିର୍ବାଚନ ପାଇଁ ପ୍ରଚାର ସରଗରମ । ମୈଦାନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର କସରତ ।

ଡିଜାଇନ ଫଟୋ

By

Published : Jul 14, 2019, 10:35 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ ପାଞ୍ଚଦିନ ବାକି । ପ୍ରଚାର ସରଗରମ । ପ୍ରାର୍ଥୀମାନେ ଘରକୁ ଘର ବୁଲି ଚଳାଇଛନ୍ତି ପ୍ରଚାର । କେଉଁଠି ପଦଯାତ୍ରା ତ ଆଉ କେଉଁଠି ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ନିଜ ଆଡକୁ ଢଳାଉଛନ୍ତି ।

ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗଟେ କରିଥିବାବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗାଇଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ନିଜ ନେତାଙ୍କୁ ନେଇ ପାଟକୁରା, ଗରଦପୁର ଓ ଡେରାବିଶରେ ଡେରା ପକାଇଛି । ନିଜ ସପକ୍ଷରେ ଭୋଟ ଭିକ୍ଷା କରି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ପ୍ରୟାସ ଚଲାଇଛି । ସେପଟେ ବିଜେପି ମଧ୍ୟ ପଛରେ ପଡିନାହିଁ । ବିଜୟ ମହାପାତ୍ରଙ୍କୁ ବିଜୟ କରାଇବା ପାଇଁ ଦଳ ରଣନୀତି କରିବା ସହ ଦଳର ହେଭିୱେଟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ପ୍ରଚାର ପ୍ରସାର କ୍ଷେତ୍ରରେ ପଛରେ ରହିଯାଇଥିବା କଂଗ୍ରେସ ପକ୍ଷରୁ ଆଜି(ରବିବାର) ଡେରାବିଶ ଓ ଗରଦପୁର ବ୍ଲକରେ ପ୍ରଚାର ଭାର ସମ୍ଭାଳିଛନ୍ତି ଦଳୀୟ ନେତା । ଦଳର ପୁରୁଖା ନେତାଙ୍କୁ ସାଙ୍ଗରେ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ଜୟନ୍ତ ମହାନ୍ତି । ବିଜେପି ଓ ବିଜେଡି ଭିତରେ ମିଶିଛନ୍ତି, ଉପରେ ଲଢୁଛନ୍ତି କହି କଂଗ୍ରେସ ତାର କ୍ୟାମ୍ପେନକୁ ଜୋରଦାର କରିଛି ।

ଆଜି ସାଂସଦ ସପ୍ତଗିରି ଉଲାକା, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ରୁଦ୍ର ରାଜୁ ଡୋର ଟୁ ଡୋର ବୁଲି ପ୍ରଚାର କରିଛନ୍ତି । ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସୁର ରାଉତରାୟ ପ୍ରମୁଖ ପ୍ରଚାର କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details