ଓଡିଶା

odisha

ETV Bharat / city

ପାଟକୁରା ପଶାପାଲି: ସିଇଓ-ଡିଜିପିଙ୍କୁ ଭେଟିଲା ବିଜେଡି - ସିଇଓଙ୍କୁ ଭେଟିଲା ବିଜେଡି

ରାତି ପାହିଲେ ପାଟକୁରାରେ ମତଦାନ । ନିର୍ବାଚନ ପୂର୍ବରୁ ଶୁକ୍ରବାର ସିଇଓଙ୍କୁ ଭେଟିଛି ଶାସକ ବିଜେଡି । ଏଥିସହ ଡିଜିପିଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 19, 2019, 7:14 PM IST

ଭୁବନେଶ୍ବର: ରାତି ପାହିଲେ ପାଟକୁରା ନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ଚଳଚଞ୍ଚଳ ପାଟକୁରା ନିର୍ବାଚନୀ ମଣ୍ଡଳ । ଏପଟେ ନିର୍ବାଚନ ପୂର୍ବରୁ ଶୁକ୍ରବାର ସିଇଓଙ୍କୁ ଭେଟିଛି ବିଜେଡି । ଏଥିସହ ଦଳ ଡିଜିପିଙ୍କୁ ଭେଟି ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପି ପକ୍ଷରୁ ୫୬ଟି ବୁଥ୍ କ୍ୟାପଚର ହେବାର ସମ୍ଭାବନା ରହିଛି । ତେଣୁ ଏହି ବୁଥ୍ ଗୁଡିକରେ ଅଧିକ ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ଲଗାଇବା ପାଇଁ ଦାବି କରିଛି ଦଳ ।

ଶନିବାର ପାଟକୁରାରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟାରେ ଶେଷ ହେବ । ପାଟକୁରାରେ ମୋଟ ୩୦୯ ଟି ପୋଲିଂ ଷ୍ଟେସନ ରହିଛି । ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ମତଦାନ ପାଇଁ ନିର୍ବାଚନ ମଣ୍ଡଳରେ ୧୭୦୦ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଏହା ସହ ୫ଜଣ ଜୋନାଲ ସେକ୍ଟର ମାଜିଷ୍ଟେଟ ନିଯୁକ୍ତ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧୩୮ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details