ଓଡିଶା

odisha

By

Published : Jul 15, 2021, 2:42 PM IST

Updated : Jul 15, 2021, 3:36 PM IST

ETV Bharat / city

ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ

ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ
ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ

14:39 July 15

ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ

ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ

ଭୁବନେଶ୍ବର:କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ ।

ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସନାହିଁ । କାଟେଗୋରୀ  "ଏ" ରେ ୨୦ ଜିଲ୍ଲା, କାଟେଗୋରୀ "ବି" ରେ ୧୦ ଜିଲ୍ଲା  ଏବଂ କାଟେଗୋରୀ "ଏ" ରେ ୭ ଦିନ  ଦୋକାନ ଖୋଲା ରହିବ ।

Category Aରେ ଥିବା 20 ଜିଲ୍ଲାରେ ସକାଳ 6ରୁ ରାତି 8 ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା । Category Bରେ ଥିବା 10 ଜିଲ୍ଲାରେ ସକାଳ 6ରୁ ସଂଧ୍ୟା 5 ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା । କ୍ୟାଟାଗୋରି ବିରେ ସପ୍ତାହନ୍ତ ସଟଡାଉନ ଜାରି ରହିବ ।

ପୁରୀ ବ୍ୟତୀତ ସାରା ରାଜ୍ୟରେ ବସ୍ ଚାଲିବ । ଅନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ସାରା ରାଜ୍ୟରେ ଖୋଲିବ ବିୟୁଟିପାର୍ଲର ଓ ଜିମ୍ । ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି । ଯାତ୍ରା ପାର୍ଟି ଉପରେ କଟକଣା ବଳବତ୍ତର ରହିବ । ବାର୍ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଏବଂ ଉଠା ଦୋକାନୀ ଖାଦ୍ୟ ପାର୍ସଲ ଦେଇପାରିବେ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ ।

Last Updated : Jul 15, 2021, 3:36 PM IST

ABOUT THE AUTHOR

...view details