ଭୁବନେଶ୍ବର:ଆକ୍ସନ ମୋଡରେ ବିଏମସି,କୋଭିଡ ନିୟମ ଅବାମାନନା କରି ରାଜଧାନୀରେ ସିଲ ହେଲା ପାର୍ଲର। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ଦୁଇଟିି ବିୟୁଟି ପାର୍ଲର । ଏହାସହ ଦୁଇଟିି ସେଲୁନକୁ ମଧ୍ୟ ବିଏମସି ପକ୍ଷରୁ ସିଲ କରାଯାଇଛିି । ବିଏମସିର ସାଉଥ ୱେଷ୍ଟ ଟିମ କଳିଙ୍ଗ ନଗର ଓ ସିଆରପିଏଫର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କଳିଙ୍ଗ ନଗର ଓ ସିଆରପିଏଫ ଛକରେ ଥିବା ଦୁଇଟି ପାର୍ଲର ଖୋଲା ଥିଲା । ଏଭଳି ସ୍ଥଳେ ବିଏମସି ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇ ଉକ୍ତ ଦୋକାନ ଗୁଡିକ ସିଲ୍ କରାଯାଇଛି।
କୋଭିଡ ନିୟମ ଉଲଂଘନ କରି ପାର୍ଲର ସେଲୁନ ସିଲ୍
ଆକ୍ସନ ମୋଡରେ ବିଏମସି, କୋଭିଡ ନିୟମ ଅବାମାନନା କରି ରାଜଧାନୀରେ ସିଲ ହେଲା ପାର୍ଲର। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ଦୁଇଟିି ବିୟୁଟି ପାର୍ଲର । ଏହାସହ ଦୁଇଟିି ସେଲୁନକୁ ମଧ୍ୟ ବିଏମସି ପକ୍ଷରୁ ସିଲ କରାଯାଇଛିି । ଅଧିକ ପଢ଼ନ୍ତୁ...
କୋଭିଡ ନିୟମ ମାନ ସମସ୍ତ ଦୋକାନ ବଜାର ଖୋଲିବାକୁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କୁହାଯାଇଛି । ରାଜ୍ୟରେ କୋରୋନା ମିଟର ଉପରମୁହାଁ ଥିବା ସତ୍ତ୍ବେ କିଛି ଦୋକାନୀ କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲଂଘନ କରୁଥିବା ଦେଖା ଯାଇଛି । ଏହାପୂର୍ବରୁ ରାଜଧାନୀରେ ଏକ ଜଣାଶୁଣା କପଡ଼ା ଦୋକାନକୁ ସିଲ କରିବା ସହ ମୋଟା ଅଙ୍କର ଜୋରିମାନା କରିଥିଲା ବିଏମସି । ତେବେ ଏସବୁ ଦୋକାନୀ କିମ୍ବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଉନଥିବା ଜଣା ପଡ଼ୁଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ