ଓଡିଶା

odisha

ETV Bharat / city

ସାଂସଦଙ୍କ ଭୋଟ୍ ଗଣତି ଶେଷ, ବହୁ ଆଗରେ ଦ୍ରୌପଦୀ ମୁର୍ମୁ - ରାଷ୍ଟ୍ରପତି ନିର୍ବାଚନ ଗଣତି

ସରିଲା ସଂସଦ ଭୋଟ ଗଣତି । ସିହ୍ନାଙ୍କ ଠାରୁ 2,32,400 ଭୋଟରେ ଆଗୁଆ ମୁର୍ମୁ । ସଂସଦରୁ ମୁର୍ମୁଙ୍କୁ ମିଳିଛି 540 ଖଣ୍ଡ ଭୋଟ୍‌ । ବିଧାନସଭା ଭୋଟ ଗଣତି ଜାରି । ସଂଧ୍ୟା ସୁଦ୍ଧା ଚୂଡାନ୍ତ ଫଳାଫଳ । ଅଧିକ ପଢନ୍ତୁ

ସରିଲା ସାଂସଦ ଭୋଟ ଗଣିତି: 332 ଖଣ୍ଡ ଭୋଟରେ ଆଗୁଆ ଗ୍ରୌପଦୀ
ସରିଲା ସାଂସଦ ଭୋଟ ଗଣିତି: 332 ଖଣ୍ଡ ଭୋଟରେ ଆଗୁଆ ଗ୍ରୌପଦୀ

By

Published : Jul 21, 2022, 3:30 PM IST

ନୂଆଦିଲ୍ଲୀ:ଦେଶକୁ ମିଳିବାକୁ ଯାଉଛନ୍ତି ପଞ୍ଚଦଶ ରାଷ୍ଟ୍ରପତି । ଭୋଟ ଗଣତି ଜାରି ରହିଥିବାବେଳେ, ସଂସଦରେ ହୋଇଥିବା ମତଦାନର ଗଣତି ଫଳାଫଳ ସାମ୍ନାକୁ ଆସିଛି । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 540 ସଦସ୍ୟଙ୍କ ଭୋଟ ପାଇବାରେ ସଫଳ ହୋଇଛନ୍ତି । ଦ୍ରୌପଦୀ ପାଇଥିବା ଭୋଟର ମୂଲ୍ୟ 3,78,000 । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସପକ୍ଷରେ 208 ସଦସ୍ୟଙ୍କ ଭୋଟ୍‌ ଅର୍ଥାତ 1,45,600 ମୂଲ୍ୟର ଭୋଟ୍‌ ରହିଛି ।

ସଂସଦର ସଂଖ୍ୟାକୁ ବିଚାରକୁ ନେଲେ ଦ୍ରୌପଦୀ ମୁର୍ମୁ ସିହ୍ନାଙ୍କ ଠାରୁ 2,32,400 ଭୋଟ ସହ ବିଶାଳ ବ୍ୟବଧାନରେ ଆଗୁଆ ରହିଛନ୍ତି । ସଂସଦ ଭବନରେ ସାଂସଦ ଓ ବିଧାୟକ ମିଶି ମୋଟ 748 ଭୋଟ ଗ୍ରହଣ ହୋଇଥିଲା । ତେବେ ବିଭିନ୍ନ କାରଣରୁ 15 ସଦସ୍ୟଙ୍କ ଭୋଟ ନାକଚ ହୋଇଥିବା ରାଜ୍ୟସଭା ସଚିବ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ପି.ସି ମୋଦି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ସଂସଦରେ ହୋଇଥିବା ମତଦାନ ଗଣତି ଶେଷ ହୋଇଛି ।

ସାଂସଦଙ୍କ ଭୋଟ୍ ଗଣତି ଶେଷ, ଆଗୁଆ ଦ୍ରୌପଦୀ

ତେବେ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟ ଗଣତି ଆରମ୍ଭ ହୋଇଛି । ସଂଧ୍ୟା 5ଟା ସୁଦ୍ଧା ଗଣତି ପ୍ରକ୍ରିୟା ଶେଷ କରିବା ସହ ଚୂଡାନ୍ତ ଫଳାଫଳ ପ୍ରକାଶନ କରିବେ ନିର୍ବାଚନ ଆୟୋଗ । ଆଜି ସକାଳ 10ରୁ ସଂସଦର 64 ନମ୍ବର ହଲରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଶେଷ ହୋଇଥିବା ପର୍ଯ୍ୟାୟର ଫଳାଫଳକୁୁ ଆକଳନକୁ ନେଲେ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦ୍ବୀ ଯଶୋବନ୍ତ ସିହ୍ନାଙ୍କ ଠାରୁ 332 ଖଣ୍ଡ ତଥା 2,32,400 ଭୋଟରେ ଆଗୁଆ ରହିିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details