ଓଡିଶା

odisha

ETV Bharat / city

'ବନ୍ଦେ ଉତ୍କଳ ଜନନୀ' ଗାନ ପାଇଁ ବଦଳିଲା ଲୋକସେବା ଭବନ ପାର୍କିଂ ସ୍ଥାନ

ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଲୋକସେବା ଭବନରେ ହୋଇଛି ବ୍ୟାପକ ପ୍ରସ୍ତୁତି । ଲୋକସେବା ଭବନ ପରିସରରେ ଗାଡି ପାର୍କିଂ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ..

By

Published : May 29, 2020, 11:12 PM IST

lok seva bhawan
ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ବଦଳିଲା ଲୋକସେବା ଭବନ ପାର୍କିଂ ସ୍ଥାନ

ଭୁବନେଶ୍ବର: କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଶନିବାର ଅପରାହ୍ନ ସାଢେ 5 ଟାରେ ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ହେବ । ଏଥିପାଇଁ ଲୋକସେବା ଭବନରେ ବିରାଟ ଆୟୋଜନ କରାଯାଉଛି । ଏପରିକି ଏଠାକାର ପାର୍କିଂ ସ୍ଥାନକୁ ମଧ୍ୟ ବଦଳାଇ ଦିଆଯାଇଛି ।

ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ବଦଳିଲା ଲୋକସେବା ଭବନ ପାର୍କିଂ ସ୍ଥାନ
ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ବଦଳିଲା ଲୋକସେବା ଭବନ ପାର୍କିଂ ସ୍ଥାନ

ଲୋକସେବା ଭବନ ପରିସରକୁ କୌଣସି ଗାଡି ଯିବ ନାହିଁ । କୌଣସି ଚାରି ଚକିଆ କି ଦୁଇ ଚକିଆ ଯାନ ଭିତରକୁ ଛଡ଼ାଯିବ ନାହିଁ । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଦୁଇ ଚକିଆ ଯାନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଟ୍ରାଫିକ ଥାନା ପଛ ପଡିଆରେ ପାର୍କିଂ ହେବ । ସେହିପରି ଚାରି ଚକିଆ ଯାନ ଇଡ଼କଲ ଅଡିଟୋରିୟମ, ଜୟଦେବ ଭବନ, 5 ନମ୍ବର ଗେଟ ସମ୍ମୁଖରେ ରହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details