ଓଡିଶା

odisha

ETV Bharat / city

ନୟାଗଡ ପରୀ ମୃତ୍ୟୁ ଘଟଣା; ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ଦେବେ ମନ୍ତ୍ରୀ - Minister of State for Home

ନୟାଗଡ ‘ପରୀ’ ମୃତ୍ୟୁ ଘଟଣାରେ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି । ଆସନ୍ତାକାଲି ଉତ୍ତର ଦେବେ ମନ୍ତ୍ରୀ । ଅଧିକ ପଢନ୍ତୁ...

ନୟାଗଡ ପରୀ ମୃତ୍ୟୁ ଘଟଣା
ନୟାଗଡ ପରୀ ମୃତ୍ୟୁ ଘଟଣା

By

Published : Nov 24, 2020, 5:38 PM IST

Updated : Nov 24, 2020, 7:28 PM IST

ଭୁବନେଶ୍ବର: ନୟାଗଡ ପରୀ ମୃତ୍ୟୁ ଘଟଣାରେ ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ଏହି ପ୍ରସଙ୍ଗରେ ଉତ୍ତର ରଖିବେ ଗୃହରାଷ୍ଟ୍ର ମନ୍ତ୍ରୀ । ବିରୋଧୀ ଉଠାଇଥିବା ଚାରୋଟି ପ୍ରସଙ୍ଗରେ ଉତ୍ତର ଦେବେ ମନ୍ତ୍ରୀ । ଏନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ।

ନୟାଗଡ ପରୀ ମୃତ୍ୟୁ ଘଟଣା

ଶୀତ ଅଧିବେଶନର ପଞ୍ଚମ ଦିନରେ ପରୀ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । 4ଟି ପ୍ରସଙ୍ଗ ଉଠାଇ ସରକାରଙ୍କ ଜବାବ ଚାହିଁଥିଲେ ଉଭୟ କଂଗ୍ରେସ ଓ ବିଜେପି । ସୁରକ୍ଷା ବଳୟ ଭେଦ କରି ବାପା-ମାଆ ବିଧାନସଭା ଆଗକୁ ଆସିଛନ୍ତି, ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ନୟାଗଡ଼ରେ ୩ ମାସ ହେଲା ମାମଲା ହୋଇଛି ଓ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ଅଛି କହି ମନ୍ତ୍ରୀଙ୍କ ଠାରୁ ଜବାବ ଚାହିଁଥିଲେ ଦୁଇ ବିରୋଧୀ ଦଳ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି । ମନ୍ତ୍ରୀଙ୍କ ଲୋକ ମାରିଥିବା ନେଇ ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଯାହାର ଉତ୍ତର ରଖନ୍ତୁ ମନ୍ତ୍ରୀ ।’ ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହରେ ଉତ୍ତର ମାଗିଛନ୍ତି ।

ସୂଚନାଥାଉକି, ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ "ପରୀ" ଘର ନିକଟରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବାରୁ ସ୍ଥାନୀୟ ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନରକଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ପରେ ଏହା ‘ପରୀ’ ମରଶରୀର ବୋଲି ପରିବାର ଲୋକେ କହିବା ସହ ଦୋଷୀକୁ ଧରିବାକୁ ଦାବି କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତାରୋକ ମଧ୍ୟ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 24, 2020, 7:28 PM IST

ABOUT THE AUTHOR

...view details