ଓଡିଶା

odisha

ଘରୋଇ ସ୍କୁଲ ଫି’ ବିରୋଧରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ

By

Published : Apr 13, 2021, 10:42 PM IST

ଘରୋଇ ସ୍କୁଲ ଫି’ ବିରୋଧରେ ଆସନ୍ତା 19ରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲ ଫି ବିରୋଧରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ
ଘରୋଇ ସ୍କୁଲ ଫି ବିରୋଧରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘଘରୋଇ ସ୍କୁଲ ଫି ବିରୋଧରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ

ଭୁବନେଶ୍ବର: ଘରୋଇ ସ୍କୁଲ ଫି’ ବିରୋଧରେ ଆସନ୍ତା 19 ରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ। କରୋନା ସମୟରେ ସମସ୍ତ ଘରୋଇ ସ୍କୁଲ ବନ୍ଦ ରହିଥିଲା। ବର୍ତ୍ତମାନ ସ୍କୁଲ ଖୋଲିବା ପରେ ଜୋର ଜବରଦସ୍ତ କରି ଫି ଆଦାୟ କରାଯାଉଥିବା ଅଭିଯୋଗ କରି ଅଭିଭାବକ ମହାସଂଘ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ସହ ଆସନ୍ତା 19 ତାରିଖରେ ଆମରଣ ଅନଶନ କରିବ ବୋଲି କହିଛି।

ଘରୋଇ ସ୍କୁଲ ଫି ବିରୋଧରେ ଆମରଣ ଅନଶନ କରିବ ଅଭିଭାବକ ମହାସଂଘ

ରାଜ୍ୟରେ କରୋନା ପରେ ସ୍କୁଲ ଫି କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଲାଗିରହିଛି। ହାଇକୋର୍ଟ ସ୍କୁଲ ଫି କମାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଘରୋଇ ସ୍କୁଲ ଏହି ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଏପରିକି ଅନେକ ଘରୋଇ ସ୍କୁଲ ଫାଇନ ଆଦାୟ କରୁଛନ୍ତି। ରାଜ୍ୟରେ ସ୍କୁଲ ଖୋଲି ନଥିବାବେଳେ ଅନେକ ସ୍କୁଲ ଏପରି ମଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯେପରିକି ଅଭିଭାବକଙ୍କ ଉପରେ ଯେଉଁ ଅତ୍ୟାଚାର ଚାଲିଛି ତାହାକୁ ବିରୋଧ କରି ଅଭିଭାବକ ମହାସଂଘ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି।

ଅଭିଭାବକ ମହାସଂଘ କହିଛି ରାଜ୍ୟରେ 4236 ଟି ଘରୋଇ ସ୍କୁଲ କାର୍ଯ୍ୟରତ। ସେମାନଙ୍କର ସିଆରଓ ରହିଛି। ସେମାନେ କୌଣସି ମତେ ହାଇକୋର୍ଟ ଓ ସରକାରଙ୍କର ନିର୍ଦ୍ଦେଶକୁ ମାନୁନାହାନ୍ତି। ତେଣୁ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରନ୍ତୁ। ଯାହା ସେହି ଅନୁସାରେ ଘେରାଇ ସ୍କୁଲ କାର୍ଯ୍ୟ କରିବ। ଯଦି ଦାବି ପୁରଣ ନହୁଏ ତେବେ ଆସନ୍ତା 19 ତାରିଖରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିବା ନେଇ ଅଭିଭାବକ ମହାସଂଘ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details