ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ରୁଗ୍ଣ ହୋଇ ବନ୍ଦ ହୋଇ ଯାଉଥିବା ବେଳେ ବେସରକାରୀ ଶିକ୍ଷାନୁଷ୍ଠାନ ବଢି ଚାଲିଛି। ଏହା ସହିତ ସେମାନେ ବିଭିନ୍ନ ଉପାୟରେ ଅଭିଭାବକମାନଙ୍କୁ ଶୋଷଣ କରୁଥିବାବେଳେ ସରକାରଙ୍କ ତାଙ୍କ ଉପରେ କୌଣସି ଅଙ୍କୁଶ ରହୁ ନାହିଁ।
ଫଳରେ ସେମାନେ ମନ ଇଚ୍ଛା ଫି ବୃଦ୍ଧି କରିବା, ନିର୍ଦ୍ଧାରିତ ସମୟରେ ନ ଦେଲେ ପିଲାମାନଙ୍କ ଉପରେ ଅତ୍ୟାଚର କରିବା ଆଦି ଅନେକ ସମୟରେ ଦେଖିବାକୁ ମିଳୁଛି। ତେଣୁ ସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିବା ସହ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସର୍ବ ଭାରତୀୟ ଅଭିଭାବକ ମହାସଙ୍ଘର ଓଡିଶା ଶାଖା ପକ୍ଷରୁ ଦାବି କରାଯାଇଛି।