ଭୁବନେଶ୍ବର: ଆପଣମାନେ ଭିନ୍ନ ଭିନ୍ନ ଗିନିଜ ୱାର୍ଲ୍ଡ ରେକର୍ଡ ସମ୍ପର୍କରେ ଶୁଣିଥିବେ । କିଏ ଦୁନିଆର ସବୁଠୁ ବଡ କଖାରୁ ଚାଷ କରି ଗିନିଜ ୱାର୍ଲ୍ଡ ରେକର୍ଡ କରୁଥିବା ବେଳେ ଅନ୍ୟ କେହି ସବୁଠାରୁ ବଡ ପିଜା ନିର୍ମିତ କରି ଏହି ରେକର୍ଡ କରିଥାନ୍ତି । କିନ୍ତୁ ଯାଜପୁରର ଅରଙ୍ଗାବାଦର ଶଶାଙ୍କ ଶେଖର ଦାଶ ନାମକ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଦେଶର ଖବର କାଗଜ ସଂଗ୍ରହ କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଛନ୍ତି । ଏନେଇ ସେ ରବିବାର ଭୁବନେଶ୍ବର ସ୍ଥିତ ଇଡକୋଲ ଅଡିଟୋରିୟମରେ ସଂଗ୍ରହ କରିଥିବା ଖବରକାଗଜ ଗୁଡିକୁ ପ୍ରଦର୍ଶନ କରିଛନ୍ତି ।
ଗିନିଜ୍ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟରେ ପେପରମ୍ୟାନ ଶଶାଙ୍କ
ଯାଜପୁରର ଅରଙ୍ଗାବାଦର ଶଶାଙ୍କ ଶେଖର ଦାଶ ନାମକ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଦେଶର ଖବର କାଗଜ ସଂଗ୍ରହ କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଛନ୍ତି ।
ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
ରବିବାର ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀରେ ଶଶାଙ୍କ 106 ଟି ଦେଶର 88ଟି ଭାଷାର 4 ହାଜର 414 ଟି ଖବର କାଗଜ ପ୍ରଦର୍ଶିତ କରିଛନ୍ତି। ଶଶାଙ୍କଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଗିନିଜ ୱାଲ୍ଡ ରେକର୍ଡ କରିଥିବା ବ୍ୟକ୍ତିଙ୍କ ପାଖରେ 1400 ଖଣ୍ଡ ପେପର ରହିଛି । କିନ୍ତୁ ତାଙ୍କ ପାଖରେ ଅଧିକ ଖବରକାଗଜ ରହିଛି। ଯେଉଁଥିପାଇଁ ସେ ଏଥର ଗିନିଜ ୱାଲ୍ଡ ରେକର୍ଡ କରିପାରିବେ ବୋଲି ଲକ୍ଷ ରଖିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଶଶାଙ୍କ 4ଥର ଲିମକା ରେକର୍ଡ କରି ସାରିଛନ୍ତି ବୋଲି ଶଶାଙ୍କ କହିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ