ଓଡିଶା

odisha

ETV Bharat / city

ରାସ୍ତା ଉପରେ ବଜ୍ରକାପ୍ତା ଡିଲ, ଜଣଙ୍କୁ ଧରିଲା STF

କଟକ ବିରିବାଟିରୁ ଉଦ୍ଧାର ହେଲା ଜୀବନ୍ତ ବଜ୍ରକପ୍ତା । କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ । ଏହାସହ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

By

Published : Dec 23, 2020, 10:00 PM IST

ବଜ୍ରକାପ୍ତା ଡିଲ, ଜଣଙ୍କୁ ଧରିଲା ଏସଟିଏଫ ଟିମ
ବଜ୍ରକାପ୍ତା ଡିଲ, ଜଣଙ୍କୁ ଧରିଲା ଏସଟିଏଫ ଟିମ

ଭୁବନେଶ୍ବର:ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ । କଟକ ବିରିବାଟିରୁ ଉଦ୍ଧାର ହେଲା ଜୀବନ୍ତ ବଜ୍ରକପ୍ତା। କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ। ଏହାସହ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ବଜ୍ରକାପ୍ତା ଡିଲ, ଜଣଙ୍କୁ ଧରିଲା ଏସଟିଏଫ ଟିମ

କଟକ ଅନ୍ତର୍ଗତ ବିରିବାଟି କେନାଲ ରୋଡ ନିକଟରେ ରାସ୍ତାରେ 1 ଲକ୍ଷ ଟଙ୍କାରେ ଡିଲ୍ ହେଉଥିଲା। ଯେଉଁଥିରେ ଜଣେ ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି, ଗୁମୁତିପୁରର ସାନ୍ତୋଷ କୁମାର ଦଲାଇ । ତାଙ୍କ ଘର ଧିଆସାହିରେ ବୋଲି ଜଣାପଡିଛି ।

ତାଙ୍କ ନିକଟରୁ ଗୋଟିଏ ଜୀବନ୍ତ ପାଙ୍ଗୋଲିନ ଏବଂ ଅନ୍ୟାନ୍ୟ ଅପରାଧୀକ ସାମଗ୍ରୀ ଜବତ କରାଯାଇଛି । ଯେଉଁଥିପାଇଁ ତାଙ୍କୁ ଗିରଫ କରିଛି । ତାଙ୍କୁ କଟକ କୋର୍ଟ ଚାଲାଣ କରାଯାଇଛି। ଜୀବନ୍ତ ପାଙ୍ଗୋଲିନ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଜିମାରେ ଦିଆଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details