ଓଡିଶା

odisha

ETV Bharat / city

ଆବାସ ଯୋଜନାରେ ଓଡିଶାକୁ ଅବହେଳା, କେନ୍ଦ୍ରକୁ ଚିଠି ଲେଖିଲେ ପ୍ରତାପ

ଘର ନେଇ ପୁଣି କେନ୍ଦ୍ରକୁ ରାଜ୍ୟର ଚିଠି । ଏବେ ବି ଲକ୍ଷାଧିକ ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଛନ୍ତି । ତେଣୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ମିଳୁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ

ପିଏମ ଆବାସ ନେଇ ପୁଣି କେନ୍ଦ୍ରକୁ ରାଜ୍ୟର ଚିଠି
ପିଏମ ଆବାସ ନେଇ ପୁଣି କେନ୍ଦ୍ରକୁ ରାଜ୍ୟର ଚିଠି

By

Published : Jan 31, 2022, 10:55 AM IST

Updated : Jan 31, 2022, 6:54 PM IST

ଭୁବନେଶ୍ବର/କଟକ: BJD ପୁଣି ଆଣିଲା କେନ୍ଦ୍ର ଅବହେଳା ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟର 6 ଲକ୍ଷ 65 ହଜାର ହିତାଧିକାରୀଙ୍କୁ PMAY ଘର ଯୋଗାଇ ବା ପାଇଁ ବାରମ୍ବାର ଚିଠି ଲେଖା ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଜାଣି ଶୁଣି ରାଜ୍ୟର ଏହି ଦାବି ପୂରଣ କରୁ ନାହାନ୍ତି।

ଆବାସ ଯୋଜନାରେ ଓଡିଶାକୁ ଅବହେଳା, କେନ୍ଦ୍ରକୁ ଚିଠି ଲେଖିଲେ ପ୍ରତାପ

ଅପର ପକ୍ଷରେ PMAY ରେ କେନ୍ଦ୍ର ସରକାର କର୍ଣ୍ଣାଟକକୁ 25.4 ଲକ୍ଷ ଘର ଯୋଗାଇ ଦେଇଛନ୍ତି। ଏହା ସହିତ ଫନି ବାତ୍ୟାରେ ନଷ୍ଟ ହୋଇ ଥିବା ଏକ ଲକ୍ଷ୍ୟ 84 ହଜାର ଘର ଯୋଗାଇବା ପାଇଁ ରାଜ୍ୟ ସରକାର ଦାବି କରି ଥିଲେ ମଧ୍ୟ ସେ ବାବଦରେ ବି କେନ୍ଦ୍ର କୌଣସି ପଦକ୍ଷେପ ଗ୍ରହଣ କରିନାହିଁ।ରାଜ୍ୟନୈତିକ ଉଦେଶ୍ୟ ରଖି କେବଳ ବିଜେପି ଶାସିତ ରାଜ୍ୟକୁ PMAYର ଲାଭ ପ୍ରଦାନ କରାଯାଉଛି ବୋଲି କଟକ ନିଶ୍ଚିତ କୋଇଲି ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ଏଯାଏଁ ଅନେକ ଫନି ପ୍ରଭାବିତଙ୍କୁ ଯୋଜନାରେ ଘର ମିଳିନାହିଁ । କେନ୍ଦ୍ରୀୟ ପୋର୍ଟାଲ ବନ୍ଦ ଥିବାରୁ ହିତାଧିକାରୀଙ୍କ ଡାଟା ଅପଲୋଡ ହୋଇପାରିନି । ତେଣୁ ପୋର୍ଟାଲ ଖୋଲାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଚିଠିରେ ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆବାସ ଯୋଜନାରେ ଅବହେଳା ନେଇ କେନ୍ଦ୍ରକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପଙ୍କ ଚିଠି

1. ଆବାସ ସହିତ ରାଷ୍ଟ୍ରାୟତ୍ତ ଗ୍ରାମୀଣ ହାଉସିଂ ପୋର୍ଟାଲରେ 6.65 ଲକ୍ଷ ହିତାଧିକାରୀଙ୍କ ତଥ୍ୟକୁ ପୋର୍ଟାଲରେ ସାମିଲ ପାଇଁ ଚିଠିରେ ଉଲ୍ଲେଖ୍ୟ ।

2. ବାତ୍ୟା ଫନି 1.84 ଲକ୍ଷ ପ୍ରଭାବିତଙ୍କୁ ସ୍ବତନ୍ତ୍ର PMAY (G) ଘରଗୁଡିକ ପାଇଁ ୨୦୨୯ରୁ ପ୍ରତିଶ୍ରୁତି ମିଳିଛି ହେଲେ ତାହା ପୂରଣ ହୋଇନାହିଁ ।

୩. ଯୋଗ୍ୟ ପରିବାରର ନାମ ଅନ୍ତର୍ଭୂକ୍ତ କରିବା ପାଇଁ କିଛି ସମୟ ପାଇଁ ଆବାସ୍ + ୱିଣ୍ଡୋ ପୋର୍ଟାଲ ଖୋଲାଯାଉ ।

ସେପଟେ କର୍ଣ୍ଣାଟକରେ ଏମ୍ଆଇଏସ୍‌ ପୋର୍ଟାଲରେ ତଥ୍ୟ ଅପଲୋଡ କରିବାକୁ ଅନୁମତି ମିଳିଛି । କର୍ଣ୍ଣାଟକର ଦାବିକୁ ଜାନୁଆରୀ ୧୩ରେ ପୂରଣ କରାଯାଇଛି ହେଲେ ଓଡିଶା ଦାବିକୁ ଅଣଦେଖା କରାଯାଇଛି । ରାଜ୍ୟର ବାରମ୍ବାର ଅନୁରୋଧକୁ ଅଣଦେଖା କରିବା ଅନୁସୂଚିତ ଅଞ୍ଚଳରେ ରହୁଥିବା ତଥା କେବିଏକ ଅଞ୍ଚଳ ତଥା ପାଶ୍ଚାତ୍ୟ ଅଞ୍ଚଳର ଗରିବ ଲୋକଙ୍କୁ ଯୋଗ୍ୟ ବିବେଚିତ କରିବା ପାଇଁ ଲକ୍ଷ ଲକ୍ଷ ଆଦିବାସୀ ହିତାଧିକାରୀଙ୍କୁ ବଞ୍ଚିତ ହୋଇଛନ୍ତି ।

ଏହାଦ୍ବାରା ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳ ଅଧିବାସୀ ଅଧିକ ପ୍ରଭାବିତ ହେବେ । ତୁରନ୍ତ ଓଡିଶାବାସୀଙ୍କ ଏ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଉ । ଶୀଘ୍ର ଏ ଅବହେଳା ଦୂର ହେଉ ବୋଲି ଚିଠିରେ ଲେଖିଛନ୍ତି ପ୍ରତାପ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 31, 2022, 6:54 PM IST

For All Latest Updates

ABOUT THE AUTHOR

...view details