ଭୁବନେଶ୍ବର:MGNREGA ଯୋଜନାରେ କେନ୍ଦ୍ର ଓ ରାଜ୍ୟ କିଏ କେତେ ଖର୍ଚ୍ଚ କରିଛନ୍ତି ? MGNREGA(Mahatma Gandhi National Rural Employment Guarantee Act) ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ କେତେ ରହିଛି ସେନେଇ ଆଜି ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
କେଉଁ ଭାଗରେ କେତେ ଶତାଂଶ କେନ୍ଦ୍ରୀୟ ଅନୁଦାନ ଓ କେତେ ଶତାଂଶ ରାଜ୍ୟ ବଜେଟରୁ ଦିଆଯାଇଛି ତାହାର ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ MGNREGA ଯୋଜନାରେ କେତେ ପାଣ୍ଠି କେନ୍ଦ୍ରୀୟ ସହାୟତାରୁ ଓ କେତେ ପାଣ୍ଠି ରାଜ୍ୟ ବଜେଟରୁ ଖର୍ଚ୍ଚ ହୋଇଛି, କେତେ କାମ ହୋଇଛି, ସହ ବ୍ଳକୱାରୀ ଓ ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ ବିଧାୟକ। ଯାହାର ଉତ୍ତର ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମନରେଗା ଅଧୀନରେ ମଜୁରି ଉପାଦାନ ପାଇଁ କେନ୍ଦ୍ରୀୟ ଅଂଶ ୧୦୦ ପ୍ରତିଶତ ରୁହେ।
ତେବେ ମନରେଗା ଅଧୀନରେ ସାମଗ୍ରୀ ଉପାଦାନ ପାଇଁ କେନ୍ଦ୍ରୀୟ ଅଂଶ ୭୫ ପ୍ରତିଶତ ଓ ମନରେଗା ଅଧୀନରେ ସାମଗ୍ରୀ ଉପାଦାନ ପାଇଁ ରାଜ୍ୟ ଅଂଶ ୨୫ ପ୍ରତିଶତ ରହିଥିବା ନେଇ ମନ୍ତ୍ରୀ ଦର୍ଶାଇଛନ୍ତି। ଏହାସହ ମନରେଗା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଦେଇଥିବା ଅନୁଦାନ ଓ ରାଜ୍ୟ ସରକାର ନିଜସ୍ବ ବଜେଟରେ ଦେଇଥିବା ମ୍ୟାଚିଂ ସେୟାରରେ (Matching Share)ର ବର୍ଷୱାରୀ ମିଳିଥିବା ତଥ୍ୟରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ ।