ଫୁଲବାଣୀ:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ତାତି ଜୋର ଧରିଛି । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ । ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ବୈଠକ । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ସବୁ ଦଳ ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରି ପ୍ଳାନ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ଆଜି କନ୍ଧମାଳ ର ସ୍ଥିତି ।
କନ୍ଧମାଳ ଜିଲ୍ଲା ସମ୍ପର୍କରେ...
କିଏ ଜିତିବ କନ୍ଧମାଳ ବାଜି ? କଣ କହୁଛି ଗଣିତ କନ୍ଧମାଳ ଜିଲ୍ଲା । ପର୍ଯ୍ୟଟନ ଓ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜିଲ୍ଲା କନ୍ଧମାଳ । ଏହାର ପ୍ରାକୃତିକ ପରିବେଶ ଯେତିକି ରୋମାଞ୍ଚକ ସେତିକି ଏଠାକାର ପର୍ଯ୍ୟଟନ ମଧ୍ୟ ମୋନରମ । ଓଡିଶା ଭୂସ୍ଵର୍ଗ କୁହାଯାଉଥିବା କନ୍ଧମାଳର ଦାରିଙ୍ଗବାଡି ସହ ପୁତୁଡି , କଟ୍ରାମାଲା, ଉରମାଗଡ ଭଳି ରହିଛି ବହୁ ଜଳ ପ୍ରପାତ । କନ୍ଧମାଳ ଜିଲ୍ଲାର ଏକ ଅସୀମ ଉପତ୍ୟକା ସୃଷ୍ଟି କରୁଥିବା ଅଜ୍ଞାତ ପାହାଡ ଟ୍ରାକ୍ଟ ଅତୀତ ଇତିହାସରୁ ଏହାର ମହତ୍ତପୂର୍ଣ୍ଣ ଅଟେ, ଯାହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଜିଲ୍ଲାକୁ ଦେଶ ବିଦେଶରୁ ବର୍ଷର ୱପ୍ର ଇତିହାସରୁ ଏହା ଜଣାପଡେ ଯେ କନ୍ଧମାଳ ଜିଲ୍ଲା ମର୍ଜ୍ୟ ଅଞ୍ଚଳ ଅଧୀନରେ ଥିଲା । ଇତିହାସ କୁହେ ଏହି ମାଟି ବାସ କରିବା ପାଇଁ ବ୍ୟବହାର କରୁଥିବା ଶକ୍ତିଶାଳୀ ଖୋଣ୍ଡଙ୍କ ନାମରେ ନାମିତ ହୋଇଥିଲା।
ଜିଲ୍ଲାର ରାଜନୈତିକ ସ୍ଥିତି...
ରାଜ୍ୟ ରାଜନୀତିରେ ଜିଲ୍ଲାର ବେଶ ପ୍ରଭାବ ରହିଛି । ଜିଲାର ସାଂସଦୀୟ କ୍ଷେତ୍ର ହେଉଛି କନ୍ଧମାଳ । ବିଜେଡିର ଡ.ଅଚ୍ୟୁତ ସାମନ୍ତ ସାଂସଦ ଥିବା ବେଳେ ରାଜ୍ୟ ରାଜନୀତିରେ ସାମନ୍ତଙ୍କ ରହିଛି ବେଶ ପ୍ରଭାବ । ଜିଲ୍ଲାରେ ରହିଛି 3 ଟି ବିଧାନସଭା ଆସନ । ଫୁଲବାଣୀ ,ବାଲିଗୁଡା , ଜି. ଉଦୟଗିରି ବିଧାନସଭା ଆସନ । 2014 ନିର୍ବାଚନରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବାଜିମାତ କରିଥିବା ବେଳେ ପୂର୍ବରୁ ବିଜେପି ହାତରେ ରହିଥିଲା । 2019 ନିର୍ବାଚନରେ ବିଜେଡି ଦାଖଲକୁ ଆସିଥିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ । ସେହିପରି ବାଲିଗୁଡା ନିର୍ବାଚନ ମଣ୍ଡଳୀ 2014 ପୂର୍ବରୁ ବିଜେପି ହାତରେ ଥିବା ବେଳେ 2014 ଓ 2019 ନିର୍ବାଚନରେ ବିଜେଡି ବାଜି ମାରି ନେଇଥିଲା । ଜିଲ୍ଲାର ବ୍ଲକ ସଂଖ୍ୟା 12 ଥିବାବେଳେ, ଜିଲ୍ଲା ପରିଷଦ ଜୋନ ରହିଛି 18 , ଗ୍ରାମ ପଞ୍ଚାୟତ171, ୱାର୍ଡ ସଂଖ୍ୟା 2 ହଜାର 322 ରହିଛି । ଏହାବାଦ 2011 ଜନଗଣନା ତଥ୍ୟ ଅନୁସାରେ ଜିଲ୍ଲାରେ ଲୋକସଂଖ୍ୟା 8 ଲକ୍ଷ 33 ହଜାର 110 ରୁ ଅଧିକ ଥିବାବେଳେ ମୋଟ ଭୋଟର ରହିଛନ୍ତି 5 ଲକ୍ଷ 54 ହଜାର ରୁ ଅଧିକ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର 3 ଟି ବିଧାସଭା ଆସନକୁ ଶାସକ ଦଳ ଅକ୍ତିଆର କରିଛି । ବିଜେପି ଯଦିଓ ଦିନକୁ ଦିନ ସଂଗଠନ ସୁଦୃଢ କରିବାକୁ ଉଦ୍ୟମ କରୁଛି ତଥାପି ତାହା ବିଜୟ ପାଇଁ ଯଥେଷ୍ଟ ନୁହେଁ । ଏହାସହ ଜିଲ୍ଲାରେ କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇସାରିଛି । ତଥାପି କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେବା ସହ ଲଢେଇ କରୁଛି ।
କଣ ଥିଲା 2017ର ସ୍ଥିତି...
କିଏ ଜିତିବ କନ୍ଧମାଳ ବାଜି ? କଣ କହୁଛି ଗଣିତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୮ ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଏକାକୀ ୯ ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଓ ବିଜେପି ୪ ଟି ଲେଖାଏଁ ଜିଲ୍ଲା ପରିଷଦ ଅକ୍ତିଆର କରିଥିଲେ । ଆଉ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜି ମାରିଥିଲେ । ଆଉ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ ବେଳେ ସ୍ବାଧୀନ ପ୍ରାର୍ଥୀ ବିଜେଡିକୁ ସମର୍ଥନ କରିଥିବାରୁ ବିଜେଡି ଜିଲ୍ଲା ପରିଷଦ ଗଠନ କରିଥିଲା । ଆସନ ଦୃଷ୍ଟିରୁ ବିଜେଡି ଆଗରେ ରହିଥିଲା କିନ୍ତୁ ଭୋଟ ଦୃଷ୍ଟିରୁ ୩ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଚଳିତଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା । ଜିଲ୍ଲାର ୩ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡାଇଥିଲା । ତେଣୁ ଏହି ଧାରାକୁ ପଞ୍ଚାୟତ ନିର୍ବାଚନରେ ବଜାୟ ରଖିବାକୁ ବିଜେଡି ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଜେଡିର ବଡ ଚେହେରା ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କ କାନ୍ଧରେ ରହିଛି ପଞ୍ଚାୟତ ଲଢେଇ ଭାର । ତେବେ ବିଜେଡିର ଫଳାଫଳକୁ ଗୋଷ୍ଠୀ କନ୍ଦଳ କିଛି ମାତ୍ରାରେ ପ୍ରଭାବିତ କରିପାରେ
କନ୍ଧମାଳରୁ ସଞ୍ଜୟ ପାତ୍ର , ଇଟିଭି ଭାରତ