ଓଡିଶା

odisha

ETV Bharat / city

ବିମାନ ବନ୍ଦରରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବେ କାଳିଆ ସାଆନ୍ତେ !

ପବିତ୍ର ରଥଯାତ୍ରା ପାଇଁ ଲଳିତ କଳା ଏକାଡେମୀ ଓ ବିମାନ ବନ୍ଦର ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଚିତ୍ରକଳା ପ୍ରଦର୍ଶନ କରାଯାଇଛି ।

By

Published : Jul 2, 2019, 10:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦେଶ ବିଦେଶରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଆଉ ଏହି ଅତିଥି ମାନଙ୍କୁ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜଣାଇବା ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆୟୋଜିତ ହୋଇଛି ଚିତ୍ରକଳା ପ୍ରଦର୍ଶନୀ । ଲଳିତ କଳା ଏକାଡେମୀ ଓ ବିମାନ ବନ୍ଦରର ମିଳିତ ସହଯୋଗରେ ଏହି ଚିତ୍ରକଳା ପ୍ରଦର୍ଶିତ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଚିତ୍ରକଳା ମାଧ୍ୟମରେ କୋଟି ଓଡିଆ ପ୍ରାଣର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଧର୍ମ ,ସଂସ୍କୃତି ଓ ଭିନ୍ନ ଭିନ୍ନ ରୂପକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ତେବେ ଏହି ଚିତ୍ରକଳା ଗୁଡିକୁ ରାଜ୍ୟର ୩୦ ଜଣ ଶିଳ୍ପୀ ତିଆରି କରିଛନ୍ତି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଏୟାରପୋର୍ଟର ନିର୍ଦ୍ଦେଶକ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details