ଓଡିଶା

odisha

ETV Bharat / city

ପୁରା ହେବ ଶେଷ ଇଚ୍ଛା, ଶହୀଦ ରାଣା ପ୍ରତାପଙ୍କ ଚିତାଭସ୍ମ ନେଇ ପୁରୀ ଅଭିମୁଖେ ପଦଯାତ୍ରା

ଶହୀଦ ରାଣା ପ୍ରତାପ ଦାସଙ୍କୁ ସମ୍ମାନ ଜଣାଇ ତାଙ୍କ ଚିତାଭସ୍ମକୁ ନେଇ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କିନ୍ନର ଚିନ୍ମୟୀ । ପୁରୀ ଯିବାକୁ ତାଙ୍କର ଆଶା ଥିଲା ହେଲେ ସେ ଆଶା ଆଶାରେ ରହିଗଲା । ତାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କ ଚିତାଭସ୍ମକୁ ନେଇ ତାଳଚେରରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି କିନ୍ନର ଚିନ୍ମୟୀ । ଅଧିକ ପଢନ୍ତୁ

ଶହୀଦ ରାଣା ପ୍ରତାପଙ୍କ ଚିତାଭସ୍ମ ନେଇ ପୁରୀ ଅଭିମୁଖେ ପଦଯାତ୍ରା
ଶହୀଦ ରାଣା ପ୍ରତାପଙ୍କ ଚିତାଭସ୍ମ ନେଇ ପୁରୀ ଅଭିମୁଖେ ପଦଯାତ୍ରା

By

Published : Dec 21, 2021, 12:15 PM IST

ଭୁବନେଶ୍ବର: କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ରାଣା ପ୍ରତାପ ଦାସଙ୍କୁ ସମ୍ମାନ । ତାଙ୍କ ଚିତାଭସ୍ମକୁ ନେଇ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କିନ୍ନର ଚିନ୍ମୟୀ । ପୁରୀ ଯିବାକୁ ତାଙ୍କର ଆଶା ଥିଲା ହେଲେ ସେ ଆଶା ଆଶାରେ ରହିଗଲା । ତାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କ ଚିତାଭସ୍ମକୁ ନେଇ ତାଳଚେରରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି କିନ୍ନର ଚିନ୍ମୟୀ ।

ରାଣା ପ୍ରତାପଙ୍କ ନିଧନ ପରେ ତାଙ୍କ ପରିବାର ଲୋକ ଏକଦମ ଭାଙ୍ଗି ପଡିଛନ୍ତି । ଧୈର୍ଯ୍ୟହରା ହୋଇଛନ୍ତି ବାପା । ଭେଣ୍ଡିଆ ପୁଅକୁ ହରାଇବାର ଦୁଃଖ କେମିତି ବା ସହିବେ । ବୀର ଯବାନଙ୍କୁ ହରାଇ ଝୁରୁଛି ମା କାନ୍ଦୁଛି କୃଷ୍ଣଚନ୍ଦ୍ରପୁର ଗାଁ । ନିଜ ମାଟି ପାଇଁ କିଛି କରିବାର ସ୍ବପ୍ନ ଦେଖିଥିଲେ ରାଣା । ହେଲେ ସବୁକିଛି ଅଧୁରା ରହିଗଲା । ଜାନୁଆରୀରେ ଘରକୁ ଆସି ପୁରୀ ଯିବେ ବୋଲି କହିଥିଲେ ହେଲେ ତାହା କେବଳ ଆଶାରେ ରହିଗଲା ।

ଶହୀଦ ରାଣା ପ୍ରତାପଙ୍କ ଚିତାଭସ୍ମ ନେଇ ପୁରୀ ଅଭିମୁଖେ ପଦଯାତ୍ରା

ରାଣା ପ୍ରତାପଙ୍କ ଏହି ଶେଷ ଇଚ୍ଛା ପୂରଣ କରିବାକୁ ତାଙ୍କ ବାସଭବନରୁ ଚିତାଭସ୍ମ କଳସରେ ଧରି ପୁରୀ ଅଭିମୁଖେ ପଦଯାତ୍ରା କରିଛନ୍ତି ଚିନ୍ମୟୀ । ଶୁକ୍ରବାରଠାରୁ ତାଳଚେରରୁ ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ଭୁବନେଶ୍ବରେ ପହଞ୍ଚିଛନ୍ତି । କିଛି ସମୟ ପରେ ପୁରୀ ଅଭିମୁଖେ ବାହାରିଥିଲେ । ଖାଲି ରାଣାପ୍ରତାପ ନୁହଁନ୍ତି CDS ବିପିନ ରାୱତଙ୍କ ପୁରୀ ଆସିବାର ଆଶା ପୂରା କରିବାକୁ ଯାଇ ୫ ଜଣ ସଦସ୍ୟଙ୍କ ସହ ପୁରୀ ଯାତ୍ରା କରିଛନ୍ତି ଚିନ୍ମୟୀ । ଏହି ପଦଯାତ୍ରାରେ ଚିନ୍ମୟୀଙ୍କ ସହ ଆଉ ୬ ଜଣ ସଦସ୍ୟ ରହିଛନ୍ତି । ଜୟ ଯବାନ ଓ ଭାରତମାତା କି ଜୟ ଧ୍ବନୀରେ ପ୍ରକମ୍ପିତ ହୋଇଛି ରାସ୍ତାଘାଟ ।

ପ୍ରକାଶ ଥାଇ କି ଡିସେମ୍ବର ୮ ତାରଖରେ ତାମିଲନାଡୁ କୁନ୍ନରର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସଙ୍କ ସମେତ ୧୩ ଜଣ ବୀରଙ୍କୁ ହରାଇଥିଲା ଦେଶ । ରାଣା ପ୍ରତାପଙ୍କର ମଧ୍ୟ ଏହି ଦୁର୍ଘଟଣାରେ ନିଧନ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details