ଓଡିଶା

odisha

ETV Bharat / city

ଆଶ୍ରମ ଭିତରେ ଶିଶୁ ଯୌନ ନିର୍ଯାତନା: ଶିଶୁ ସୁରକ୍ଷା ଅଧିକାର ଆୟୋଗର ତଦନ୍ତ ଆରମ୍ଭ

ଆଶ୍ରମରେ ବାବାଙ୍କ ବ୍ୟଭିଚାର। ଲୋକଙ୍କ ମଧ୍ୟରେ ବଢୁଛି କ୍ଷୋଭ । ଥାନାରେ ଅଭିଯୋଗ ପରେ ଶୁଣୁନି ପୋଲିସ। ଶେଷରେ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ପହଞ୍ଚିଲା ଅଭିଯୋଗ। ଅଫିସ ଘେରିଲେ ଦୀପ ଜାଳି ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକେ। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏନେଇ ଅଫିସ ସମ୍ମୁଖରେ ଉତ୍ତେଜନା ପରେ ଶେଷରେ ତଦନ୍ତ ଆରମ୍ଭ କରିଛନ୍ତି ଆୟୋଗ। ଅଧିକ ପଢନ୍ତୁ

ଆଶ୍ରମ ଭିତରେ ଶିଶୁ ଯୌନ ନିର୍ଯାତନା: ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଆରମ୍ଭ
ଆଶ୍ରମ ଭିତରେ ଶିଶୁ ଯୌନ ନିର୍ଯାତନା: ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଆରମ୍ଭ

By

Published : Mar 14, 2022, 10:56 PM IST

ଭୁବନେଶ୍ବର : ଆଶ୍ରମରେ ବାବାଙ୍କ ବ୍ୟଭିଚାର। ଲୋକଙ୍କ ମଧ୍ୟରେ ବଢୁଛି କ୍ଷୋଭ । ଥାନାରେ ଅଭିଯୋଗ ପରେ ଶୁଣୁନି ପୋଲିସ। ଶେଷରେ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ପହଞ୍ଚିଲା ଅଭିଯୋଗ। ଅଫିସ ଘେରିଲେ ଦୀପ ଜାଳି ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକେ। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏନେଇ ଅଫିସ ସମ୍ମୁଖରେ ଉତ୍ତେଜନା ପରେ ଶେଷରେ ତଦନ୍ତ ଆରମ୍ଭ କରିଛନ୍ତି ଆୟୋଗ।

ଆଶ୍ରମ ଭିତରେ ଶିଶୁ ଯୌନ ନିର୍ଯାତନା: ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଆରମ୍ଭ

ଏନେଇ ଆଶ୍ରମରେ ପହଞ୍ଚି ତନାଘନା କରିବା ସହ ଘଟଣା ସମ୍ପର୍କରେ ବୁଝିଛନ୍ତି। ସେପଟେ ପୋଲିସ ସିନିୟର ଅଫିସର ତଦନ୍ତ ଯୋଗୁଁ ଅଭିଯୋଗର ଦୀର୍ଘଦିନ ପର୍ଯନ୍ତ ପୋଲିସ ବିନା କାର୍ଯ୍ୟାନୁଷ୍ଠାନ ପାଇ ଏବେ ରିପୋର୍ଟ ତଲବ କରିଛନ୍ତି। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ। ଘଟଣା ନେଇ ନିଜ ଆଡୁ ତଦନ୍ତ ଆରମ୍ଭ କରିବା ସହ ଏନେଇ ରିପୋର୍ଟ ଦେବାକୁ ପୋଲିସକୁ କହିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ଦିନ ଧରି ଧର୍ମ ନାଁରେ ବାବାଙ୍କ ବ୍ୟଭିଚାର ଚାଲିଛି ।

ଏନେଇ ଶିଶୁ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି । ଏନେଇ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି । ହେଲେ ତଥାପି ବିନା କାର୍ଯ୍ୟାନୁଷ୍ଠାନ ପାଇ ଲୋକ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details