ଓଡିଶା

odisha

ETV Bharat / city

ଗର୍ଭପାତକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ: ପ୍ରତିକ୍ରିୟା ରଖିଲେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା

ଉଭୟ ବିବାହିତ ଓ ଅବିବାହିତ ମହିଳା ମଧ୍ୟ ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ । ସୁପ୍ରିମ କୋର୍ଟଙ୍କ ଏଭଳି ରାୟ ପ୍ରକାଶ କରିବା ପରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଉପରେ ସମ୍ମାନ ଜଣାଇବାକୁ ପଡିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ । ଅଧିକ ପଢନ୍ତୁ

By

Published : Oct 2, 2022, 3:13 PM IST

ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟକୁ ସମ୍ମାନ ଦେଲେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟକୁ ସମ୍ମାନ ଦେଲେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା

ଭୁବନେଶ୍ବର: ମହିଳା ଅଧିକାରକୁ ନେଇ ସର୍ବୋଚ୍ଚକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏଣିକି ସବୁ ମହିଳା ନିରାପଦ ଓ ବୈଧ ପ୍ରକ୍ରିୟାରେ ଗର୍ଭପାତ କରିପାରିବେ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ (supreme court on abortion) । ବିବାହିତ କିମ୍ବା ଅବିବାହିତ ମହିଳା ମଧ୍ୟରେ ବାଛ ବିଚାର କରିବା ଅସାମ୍ବିଧାନିକ। ଅବିବାହିତ ମହିଳାମାନେ ମଧ୍ୟ ଅନିଚ୍ଛାକୃତ ଗର୍ଭଧାରଣ ହୋଇଥିଲେ ଗର୍ଭପାତ କରିପାରିବେ।

ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଉପରେ ସମ୍ମାନ ଜଣାଇବାକୁ ପଡିବ

ତେବେ ଏନେଇ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ(Oscpcr Chairperson sandhyabati Pradhan) କହିଛନ୍ତି ଯେ, "ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଉପରେ ସମ୍ମାନ ଜଣାଇବାକୁ ପଡିବ। ତାଛଡା କୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ଆସୁଛି ସେଥିରେ ଭଲ ଏବଂ ଖରାପ ମଧ୍ୟ ରହୁଛି। ଛୋଟ ପିଲାମାନେ ଏଥିପାଇଁ ପ୍ରଭାବିତ ହେଉଛନ୍ତି । ଏହି ରାୟକୁ ସେମାନେ ଖରାପ ଉପାୟରେ ଉପଯୋଗ କରିପାରନ୍ତି । ଯାହାଦ୍ଵାରା ପିଲାଙ୍କ ସମେତ ପରିବାର ବର୍ଗଙ୍କ ମଧ୍ୟରେ ସଚେତନତା ଆଣିବା ଆବଶ୍ୟକ। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ପରିବାର। ଛୋଟପିଲା କେମିତି ଏଥିରେ ପ୍ରଭାବିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । କୋର୍ଟଙ୍କ ଅଡର ପରେ ସ୍ଵତନ୍ତ୍ର ଡ୍ରାଇଭ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଅବିବାହିତ ମହିଳା ବି ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ

ସେ ଆହୁରି କହିଛନ୍ତି ଯେ, ଅଳ୍ପ ବୟସର ପିଲାମାନେ ଏଭଳି କିଛି ନକରନ୍ତି ସେଥିପ୍ରତି ଧ୍ୟାନ ଯିବାର ଆବଶ୍ୟକତା ରହିଛି । ଏଭଳି କିଛି ଘଟଣା ଯଦି ରିପୋର୍ଟ ହୁଏ ତେବେ ପୋସ୍କୋ ଆକ୍ଟ ଆନୁଯାୟୀ ଦଣ୍ଡିତ ହୋଇପାରିବେ। ରାଜ୍ୟରେ ଯେତେ ଅଙ୍ଗନାବାଡି ସେଣ୍ଟର ଏବଂ ଏସଏସଜି(SSG)କୁ ନେଇ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରାଯାଇପାରିବ ।

ସୂଚନା ଅନୁଯାୟୀ, ସୁରକ୍ଷିତ ଗର୍ଭପାତ ମାମଲାରେ ମହିଳାଙ୍କ ଆଇନଗତ ଅଧିକାରକୁ ନେଇ ସୁପ୍ରିମ୍‌କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଗର୍ଭପାତ ଆଇନ ଅଧୀନରେ ଅବିବାହିତ ମହିଳାଙ୍କର ବି ଗର୍ଭପାତ କରାଇବାର ପୂର୍ଣ୍ଣ ଅଧିକାର ରହିଛି। ବିବାହ ହେଉ କି ନହେଉ ସବୁ ମହିଳାଙ୍କର ସୁରକ୍ଷିତ ଗର୍ଭପାତ ଅଧିକାର ରହିଛି। ଅବାଞ୍ଛିତ ଗର୍ଭଧାରଣ ପାଇଁ କୌଣସି ମହିଳାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ। ବିବାହିତ ଏବଂ ଅବିବାହିତ ମହିଳାଙ୍କ ମଧ୍ୟରେ ଗର୍ଭପାତକୁ ନେଇ କୌଣସି ଭେଦଭାବ ରଖିବା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। ଏଭଳି କୃତ୍ରିମ ଭେଦଭାବ କଦାପି ଗ୍ରହଣୀୟ ହେବନାହିଁ। ଭାରତରେ 60 ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ। ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର 24 ସପ୍ତାହ ପର୍ଯ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details