ଓଡିଶା

odisha

By

Published : Dec 19, 2019, 8:16 AM IST

ETV Bharat / city

‘ତୋଷାଳି ମେଳା’ରେ ମିଳୁଛି ଟସର ନିର୍ମିତ ଅଳଙ୍କାର

ଆଗରୁ କେବଳ ଟସର ପୋକରୁ ସୂତା ତିଆରି କରି କପଡା ହେଉ ଥିବାର ଆମେ ସଭିଏଁ ଦେଖିଛୁ ହେଲେ ଏବେ ସେଥିରୁ ମହିଳାଙ୍କ ପାଇଁ ଅଳଙ୍କାର ତିଆରି ହେଉଥିବା ଜାଣିଛନ୍ତି କି ? ଚାଲନ୍ତୁ ଜାଣିବା କେଉଁଠି ମିଳୁଛି ଏହି ଅଳଙ୍କାର...

Ornaments made by silk warm
ତୋଷାଳି ମେଳା; ମନ କିଣୁଛି ଟସରରୁ ନିର୍ମିତ ଅଳଙ୍କାର

ଭୁବନେଶ୍ବର: ରାଜଧାନୀରେ ଚାଲିଛି 14 ତମ ତେଷାଳି ମେଳା । ବର୍ଷକୁ ଥରେ ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ ଲୋକଙ୍କ ବେଶ ଗହଳ ଚହଳ ଦେଖିବାକୁ ମିଳିଛି । ହେଲେ ଚଳିତ ବର୍ଷ ଟସର ପୋକର ଖୋଳରୁ ତିଆରି ଅଳଙ୍କାର ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ତୋଷାଳି ମେଳା; ମନ କିଣୁଛି ଟସରରୁ ନିର୍ମିତ ଅଳଙ୍କାର

ଟସର ପୋକର ଖୋଳରୁ ତିଆରି ହେଉଛି ମନ ଲୋଭା ଅଳଙ୍କାର । ଯାହା ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଆଗରୁ କେବଳ ଟସର ପୋକରୁ ସୂତା ତିଆରି କରି କପଡା ହେଉ ଥିବାର ଆମେ ସଭିଏଁ ଦେଖିଛୁ ହେଲେ ଏବେ ସେଥିରୁ ମହିଳାଙ୍କ ପାଇଁ ଅଳଙ୍କାର ତିଆରି ହେଉଛି । ଅନ୍ୟପଟେ ଏସବୁ ଅଳଙ୍କାର ବେଶ ହାଲୁକା ଥିବାରୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି। ଗୋଟିଏ ଗୋଟିଏ ଅଳଙ୍କାରର ଦାମ 300 ରୁ 500 ଟଙ୍କା ଭିତରେ ରହିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details