ଓଡିଶା

odisha

ETV Bharat / city

ମିଶା ବନ୍ଦୀଙ୍କୁ ପେନସନ ଦାବି

ଶୁକ୍ରବାର ମିଶା ବନ୍ଦୀଙ୍କୁ ପେନସନ ପ୍ରଦାନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବାଚସ୍ପତିଙ୍କୁ ରୁଲିଂ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

By

Published : Aug 3, 2019, 4:16 AM IST

ଭୁବନେଶ୍ବର: ମିଶା ବନ୍ଦୀଙ୍କୁ ପେନସନ ପ୍ରଦାନ ପ୍ରସଙ୍ଗରେ ଶୁକ୍ରବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବାଚସ୍ପତିଙ୍କୁ ରୁଲିଂ ଦାବି କରିଛନ୍ତି ।

ତେବେ 1975 ଜରୁରୀ କାଳିନ ପରିସ୍ଥିତି ସମୟରେ ଯେଉଁମାନେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଜେଲ୍‌ ଯାଇଥିଲେ ସେମାନଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସ୍ବୀକୃତି ଦେଇନାହାଁନ୍ତି । ଏପରିକି 11ଟି ରାଜ୍ୟ ସେମାନଙ୍କୁ ପେନସନ୍‌ ଦେବାକୁ ଘୋଷଣା କରିସାରିଥିବା ବେଳେ ଓଡିଶା ସରକାର ସେମାନଙ୍କୁ ମଧୁବାବୁ ପେନସନ ଯୋଜନାରେ 500 ଟଙ୍କା ମାସିକ ଭତ୍ତା ଦେବାକୁ ଯୋଜନା ହୋଇଛି । ତେବେ ଏହା ମିଶା ବନ୍ଦୀଙ୍କ ପ୍ରତି ସମ୍ମାନ ନା ଅସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ସ୍ବର୍ଗତ ବିଜୁ ପଟ୍ଟନାୟକ ଏବଂ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ମିଶା ବନ୍ଦୀ ଥିଲେ । ମାତ୍ର ସେମାନଙ୍କୁ ବି କଣ ସରକାର ମଧୁବାବୁ ପେନସନ ଯୋଜନାରେ 500 ଟଙ୍କା ଭତ୍ତା ପ୍ରଦାନ କରିବେ ଏନେଇ ପ୍ରଶ୍ନ କରିଛନ୍ତି ପ୍ରଦିପ୍ତ ।

ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ମିଶା ବନ୍ଦୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details