ଓଡିଶା

odisha

ETV Bharat / city

କାଳ ସାଜିଛି କାଳିଆ, ସତ କହୁଛନ୍ତି ମନ୍ତ୍ରୀ ନା ମୁଖପାତ୍ର ! - ମନ୍ତ୍ରୀ ନା ମୁଖପାତ୍ର

କନ୍ଦେଇଲାଣି କାଳିଆ । ସତରେ ଅଯୋଗ୍ୟ କେତେ ? ନେତାଙ୍କ ତଥ୍ୟରେ ଖାପଖାଉନି ତାଳମେଳ । ରାଜ୍ୟରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ମନ୍ତ୍ରୀ କହୁଥିବା ବେଳେ ମୁଖପାତ୍ର କହୁଛନ୍ତି 32 ହଜାର । ସତ କହୁଛି କିଏ । ମନ୍ତ୍ରୀ ନା ମୁଖପାତ୍ର ? ଏପଟେ ଶୁଖିଲାରେ ପ୍ରସଙ୍ଗ ପାଇ ଆକ୍ରମଣ କରିଛନ୍ତି ବିରୋଧି ଦଳ ।

ଡ଼ିଜାଇନ ଫଟୋ

By

Published : Sep 18, 2019, 8:37 PM IST


ଭୁବନେଶ୍ବର: ସରକାରଙ୍କୁ ଘାଇଲା କଲାଣି ‘କାଳିଆ’ ନିଳା । ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ଏବେ କାଳ ସଦୃଶ୍ୟ । ଏହି ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ହାତେଇବା କଥା ଖୋଦ ମନ୍ତ୍ରୀ କହିସାରିବା ପରେ ଶାଣିତ ଆକ୍ରମଣ କରିଛନ୍ତି ବିରୋଧି । କାଳିଆ ଅକଳରୁ ମୁକ୍ତି ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଇଁ ବାହାରିଛନ୍ତି ଦଳୀୟ ମୁଖପାତ୍ର ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମଙ୍ଗଳବାର କୃଷି ମନ୍ତ୍ରୀ କାଳିଆ ଯୋଜନା ରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ତାଲିକା ପ୍ରକାଶ ପରେ ପଦାରେ ପଡ଼ିଛି ଯୋଜନାର ସ୍ବଛତା । ଯେଉଁ ଯୋଜନା ବଳରେ ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ଶାସନ କ୍ଷମତାକୁ ଫେରିଛି । ସେହି କାଳିଆର ଏତେବଡ ଗୋଳମାଳିଆ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଠାରେ ପ୍ରଶ୍ନ ଉଠୁଛି , ଯେଉଁ ସରକାରୀ ବାବୁ ମାନେ ଏହି ଯୋଜନାର ରୂପରେଖ କରୁଥିଲେ ,ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

କାଳିଆ ପାଇଁ ପ୍ରତି ପଞ୍ଚାୟତରେ କରାଯାଉଥିଲା ଯାଞ୍ଚ । ତଥାପି ଏତେ ସଂଖ୍ୟକ ଅଯୋଗ୍ୟ । ଭୋଟ ପାଇଁ ଅଯୋଗ୍ୟଙ୍କୁ ଯୋଗ୍ୟ ଭୁକ୍ତ କରୁଥିଲେ କି ସରକାରୀ ବାବୁ ? ନୋଡାଲ ଅଧିକାରୀଙ୍କ ନିଯୁକ୍ତି ପରେ ବି ଏତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଲେ । କିନ୍ତୁ ନିଯୁକ୍ତି ପାଇଥିବା ନୋଡାଲ ଅଫିସର କିଭଳି ଜାଣିପାରିଲେ ନାହିଁ । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ସରକାର ?ଏଭଳି କିଛି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ ।


ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ନାହାଁନ୍ତି । କେବଳ ୩୨ ହଜାର ହେଉଛନ୍ତି ଅଯୋଗ୍ୟ । ବଡ଼ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ବୋଲି କହିଛନ୍ତି ମୁଖପାତ୍ର । ଏମାନଙ୍କ ଭିତରେ ଟଙ୍କା ପାଇଥିବା ୧୨ ହଜାର ହେଉଛନ୍ତି ବଡ଼ ଚାଷୀ । ୨୦ ହଜାର ସରକାରୀ କର୍ମଚାରୀ । କିନ୍ତୁ ମଙ୍ଗଳବାର କୃଷିମନ୍ତ୍ରୀ ରଖିଥିଲେ ଭିନ୍ନ ତଥ୍ୟ । କାଳିଆ ଯୋଜାନରେ ରାଜ୍ୟରେ ସମୁଦାୟ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଥିବା କହିଛନ୍ତି ଅରୁଣ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details