ଓଡିଶା

odisha

ETV Bharat / city

ସୁଶାସନ ସୂଚକାଙ୍କ ଖୋଲିଲା ସରକାରଙ୍କ ପୋଲ, ଘେରିଲେ ବିରୋଧୀ - bjd government

ସୁଶାସନ ବ୍ୟବସ୍ଥାରେ ଲାଗିଛି କଳଙ୍କ । କାନକୁ ଭଲ ଶୁଭିବା ଭଳି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା ହେଉଛି ହେଲେ ତାର ସୁଫଳ ମିଳୁନି । ଏହା କେବଳ ଘୋଷଣାରେ ସୀମିତ ଥିବା କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

bjd government
ସୁଶାସନ ସୂଚକାଙ୍କ ଖୋଲିଲା ସରକାରଙ୍କ ପୋଲ, ଘେରିଲେ ବିରୋଧୀ

By

Published : Dec 27, 2019, 9:41 PM IST

Updated : Dec 27, 2019, 10:14 PM IST

ଭୁବନେଶ୍ବର: ସୁଶାସନ ବ୍ୟବସ୍ଥାରେ ଲାଗିଛି କଳଙ୍କ । କାନକୁ ଭଲ ଶୁଭିବା ଭଳି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା ହେଉଛି ହେଲେ ତାର ସୁଫଳ ମିଳୁନି । ପ୍ରଶାସନିକ ସଂସ୍କାର ପାଇଁ ରାଜ୍ୟ ସରକାର କେବେଠୁ ଉଦ୍ୟମ ଆରମ୍ଭ କଲେଣି । ଖାସ୍‌ ଏଥିପାଇଁ ପ୍ରଶାସନିକ ସଂସ୍କାର ଓ ସିଏମଜିଆଇ ସଂସ୍ଥା ଖୋଲାଯାଇଛି । ହେଲେ ତାହା କାମ କରୁନି । ଲୋକ ସେବା ଆଇନ କରାଗଲା, ପ୍ରାୟ 3ଶହରୁ ଅଧିକ ସେବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ବି କରାଯାଇଛି । ହେଲେ ଏହା କେବଳ ଘୋଷଣାରେ ସୀମିତ ଥିବା କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ।

ସୁଶାସନ ସୂଚକାଙ୍କ ଖୋଲିଲା ସରକାରଙ୍କ ପୋଲ, ଘେରିଲେ ବିରୋଧୀ

ଆଗରୁ ଅନେକ ସଂସ୍ଥା ତାଙ୍କ ରିପୋର୍ଟରେ ଓଡିଶାକୁ ବହୁ ତଳେ ରଖୁଥିଲେ । ଆଉ ଏବେ ସରକାରୀ ରିପୋର୍ଟ ବି ଓଡିଶାକୁ ପଛରେ ପକାଇଛି । ଦୀର୍ଘ 20 ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ବିଭିନ୍ନ ସଭାସମିତିରେ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପାଖରୁ ନମ୍ବର 1 ମୁଖ୍ୟମନ୍ତ୍ରୀର ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । ହେଲେ ଏହି ରିପୋର୍ଟ ଆସିବା ପରେ ଏ ସବୁ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୃଷି ଓ କୃଷି ସମ୍ବନ୍ଧୀୟ କ୍ଷେତ୍ର, ପବ୍ଲିକ ଇନ୍ଫ୍ରାଷ୍ଟ୍ରକ୍ଚର, ଅଦାଲତ, ସାଧାରଣ ନିରାପତ୍ତା, ମାନବ ସମ୍ବଳ ବିକାଶ, ସ୍ବାସ୍ଥ୍ୟ, ବାଣିଜ୍ୟ ଓ ଶିଳ୍ପ, ଅର୍ଥନୀତିର ସୁପରିଚାଳନା, ସାମାଜିକ ନିରାପତ୍ତା ଓ ଉନ୍ନତି, ପରିବେଶ ଇତ୍ୟାଦି କ୍ଷେତ୍ରରୁ ସମସ୍ତ ତଥ୍ୟ ସଂଗ୍ରହ କରି କେନ୍ଦ୍ର ସରକାର ସୁଶାସନ ସୂଚକାଙ୍କ ପ୍ରସ୍ତୁତ କରିଥିଲେ । ଯେଉଁଥିରେ 14 ନମ୍ବର ସ୍ଥାନରେ ରହିଛି ଓଡିଶା ।

ରାଜ୍ୟ ସରକାର ‘5ଟି’ର ଡିଣ୍ଡିମ ପିଟୁଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ସଚିବମାନଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମନ୍ତ୍ରୀମାନଙ୍କୁ ପ୍ରତି ମାସରେ ରିପୋର୍ଟ ଦେବା ପାଇଁ ତାଗିଦ୍ କରୁଛନ୍ତି । କିନ୍ତୁ ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସୁଶାସନ ସୂଚକାଙ୍କରେ ଓଡିଶାର ସ୍ଥିତି କିଭଳି ଏପରି ରହିଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶିକ୍ଷା ଏବଂ ମାନବ ସମ୍ବଳ ବିକାଶରେ ରାଜ୍ୟର ସ୍ଥିତି ବୃହତ ରାଜ୍ୟ ମାନଙ୍କରେ 12 ସ୍ଥାନରେ ଥିଲାବେଳେ ଯଦି ଉତ୍ତରପୂର୍ବାଞ୍ଚଳ ପାହାଡି ରାଜ୍ୟମାନଙ୍କ ହିସାବ ନିଆଯାଏ ତେବେ ଓଡିଶାର ସ୍ଥାନ 14 ନମ୍ବରରେ ଅର୍ଥାତ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ମରୁଡି ପଡିଛି ଏବଂ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବତୀ ବେକାର ହୋଇ ରାଜ ରାସ୍ତାରେ ବୁଲୁଛନ୍ତି ।

ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ରାଜ୍ୟମାନଙ୍କ ଭିତରେ ଓଡିଶାର ସ୍ଥାନ 16 ନମ୍ବରରେ କିନ୍ତୁ ଯଦି ଉତରପୂର୍ବାଞ୍ଚଳ ଏବଂ ପାହାଡିଆ ରାଜ୍ୟମାନଙ୍କୁ ନିଆଯାଏ ତାହାହେଲେ ରାଜ୍ୟର ସ୍ଥାନ 25 ନମ୍ବର । ଏଥିରୁ ରାଜ୍ୟ ସରକାର କିଭଳି ଭାବରେ ଓଡିଶାର ଜନସାଧାରଣଙ୍କୁ ସାମାନ୍ୟ ସ୍ବାସ୍ଥ୍ୟ ସେବା ଟିକିଏ ଯୋଗାଇ ଦେଇ ପାରୁନାହାନ୍ତି ତାହା ସ୍ପଷ୍ଟ ଅନୁମେୟ । ଠିକ୍ ସେହିଭଳି ଭାବେ ସାଧାରଣ ଭିତ୍ତିଭୂମିରେ ଓଡିଶାର ସ୍ଥାନ ବଡ ରାଜ୍ୟମାନଙ୍କ ଭିତରେ 18 ନମ୍ବର ରହିଥିବାବେଳେ ଉତ୍ତରପୂର୍ବାଞ୍ଚଳ ପାହାଡିଆ ରାଜ୍ୟମାନଙ୍କୁ ହିସାବକୁ ନେଲେ ରାଜ୍ୟର ସ୍ଥିତି 27 ତମ ସ୍ଥାନରେ । ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଖର୍ଚ୍ଚ କରୁଥିବାବେଳେ ଏ ଅର୍ଥ କେଉଁଠି ଏବଂ କିଭଳି ଭାବରେ ଖର୍ଚ୍ଚ କରାଯାଇଛି ଯାହାର କୌଣସି ତଥ୍ୟ କେନ୍ଦ୍ରସରକାରଙ୍କୁ ମିଳିଲା ନାହିଁ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 27, 2019, 10:14 PM IST

ABOUT THE AUTHOR

...view details