ଓଡିଶା

odisha

ETV Bharat / city

ପହିଲାରୁ Assembly Winter Session, ଶାସକ ଦଳକୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ

ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ (Assembly Winter Session)। ଶାସକ ଦଳକୁ ଜୋରଦାର ବିରୋଧ କରିବେ ବିରୋଧୀ। ଅଧିକ ପଢନ୍ତୁ

opposition attack to govt on this winter session of assembly
Winter Session of Assembly

By

Published : Nov 29, 2021, 7:29 AM IST

ଭୁବନେଶ୍ବର:ଶୀତ ଅଧିବେଶନ(Assembly Winter Session)ରେ ଶାସକ ଦଳକୁ ହରଡଘଣାରେ ପକାଇବେ ବିରୋଧୀ । ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଶାସକ ଦଳକୁ ଜୋରଦାର ବିରୋଧ କରିବେ ବିରୋଧୀ।

Winter Session of Assembly

ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ସେପଟେ ଶୀତକାଳୀନ ଅଧିବେଶନକୁ ଗରମ କରିବା ପାଇଁ ବିରୋଧୀ ଦଳ ମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସଜବାଜ ହେଉଛନ୍ତି। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ଅସ୍ତ୍ର କରିବେ ଉଭୟ ବିଜେପି ଓ କଂଗ୍ରେସ। ବିରୋଧୀଙ୍କୁ ଚେକ ଦେବା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ। ରନ୍ଧନ ଗ୍ୟାସର ଅହେତୁକ ବୃଦ୍ଧିକୁ ଅସ୍ତ୍ର କରିଛି ଶାସକ ବିଜୁ ଜନତା ଦଳ। ତେବେ ତାହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପରୁକୁ ଅଣ୍ଡାମାଡ ନେଇ ବିରୋଧୀ ବିଜେପି ରାଜ୍ୟବାସୀଙ୍କୁ କ୍ଷମା ମାଗିବା ପାଇଁ ବିଧାନସଭାରେ ଦାବି ରଖିବ ଶାସକ ଦଳ ବୋଲି ଚର୍ଚ୍ଚା ହେଉଛି। ଶୀତକାଳୀନ ଅଧିବେସନ ଗରମ ହେବା ପାଇଁ ବିରୋଧୀ ଶାସକ ସଜବାଜ । ସରକାରଙ୍କୁ ଘେରିବା ପାଇଁ ମମିତା ମାମଲାକୁ ମୁଖ୍ୟ ଏଜେଣ୍ଡା ଧରି ବସିଛି ମୁଖ୍ୟ ବିରୋଧୀ ବିଜେପି।

ସେପେଟେ ମମିତା ମାମଲା ସହ ଦରବୃଦ୍ଧି, ବେରୋଜଗାର ଓ କୋଭିଡ ମୃତ୍ୟ ସହାୟତାକୁ ନେଇ ସରକାରଙ୍କୁ ଘେରି ବିଧାନସଭାରେ ହୋହାଲ୍ଲା କରିବା ପାଇଁ କଂଗ୍ରେସ ଦଳର ବିଧାୟକମାନେ ପ୍ରସ୍ତୁତି ଚଳାଇଛନ୍ତି । ସରକାରଙ୍କୁ ହରଡଘଣାରେ ପକାଇବା ପାଇଁ ବିରୋଧୀ ପ୍ରସ୍ତୁତ ଥିବା ବେଳେ ପ୍ରାରମ୍ଭରୁ ହଟ୍ଟଗୋଳ କରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ହୋଇଛି ବିଜେଡି। ମମିତା ମେହେର ହତ୍ୟା ମାମଲାକୁ କାଉଣ୍ଟର ଦେବା ଶାସକ ଦଳ ପାଖରେ ରହିଛି ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗ । ଗ୍ୟାସ ଦରବୃଦ୍ଧିକୁ ନେଇ ରାଜ୍ୟ ତମାମ ଆନ୍ଦୋଳନ କରୁଥିବା ଶାସକ ବିଜେଡି ମଧ୍ୟ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବା ନେଇ ସ୍ଥିର କରିଛି । ଏଥି ସହ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଅଣ୍ଡାମାଡ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଜେପି କ୍ଷମା ମାଗିବା ପାଇଁ ଗୃହରେ ଉଠାଇବ ବୋଲି ବିଜେଡି କହିଛି। ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଆଗତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଚୂଡାନ୍ତ ପ୍ରସ୍ତୁତି ସାରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details